jayashree

ସୋନପୁର ଗାନ୍ଧି ଷ୍ଟାଡିୟମର ଭିତ୍ତଭୂମି ଯାଞ୍ଚ କଲେ ଫାଓର ପ୍ରତିନିଧି ଦଳ

  • ସାହାଣୀ କପ୍ ଫୁଟବଲ୍ ନେଇ ଆଶା ଉଜ୍ଜୀବିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ସୁବର୍ଣ୍ଣପୁରରେ ଆଜି ପହଞ୍ଚି ସାହାଣୀ କପ୍ ଫୁଟବଲ୍ ପାଇଁ ଗାନ୍ଧୀ ଷ୍ଟାଡିୟମର ଭିତ୍ତଭୂମିର ଯାଞ୍ଚ କରିଛନ୍ତି । ଜିଲ୍ଲା ପ୍ରତିଷ୍ଠା ଦିନ ଠୁଁ ସ୍ୱପ୍ନ ଥିଲା ସୁବର୍ଣ୍ଣପୁରରେ ହେବ ଏକ ମର୍ଯ୍ୟାଦା ପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍ । ଆଜି ସେହି ୩୩ ବର୍ଷର ଆଶା ଆକାଂକ୍ଷା ଆହୁରି ଦୃଢ଼ୀଭୂତ ହୋଇଛି । ସୁବର୍ଣ୍ଣପୁର ଗାନ୍ଧି ଷ୍ଟାଡିୟମର ବିଭିନ୍ନ ଦିଗ ତଥା ଖେଳ ପଡ଼ିଆ, ଖେଳାଳି ରହିବା ସ୍ଥାନ ଓ ସମସ୍ତ ବ୍ୟବସ୍ଥା ଉପରେ ସ୍ଥିତି ପରଖି ଫାଓ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଠାରେ ରିପୋର୍ଟ ଦାଖଲ କରିବେ ଓ ରାଜ୍ୟର ଚାରୋଟି ଜୋନ୍‌କୁ ଖୁବ୍ ଶୀଘ୍ର ଅନୁମତି ପ୍ରଦାନ କରାଯିବ ବୋଲି ଉକ୍ତ ପ୍ରତିନିଧୀ ଦଳଙ୍କ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୧୮ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୪ ଗୋଟି ଜୋନ୍‌ରେ ସାହାଣୀ କପ୍ ଫୁଟବଲ୍ ଆରମ୍ଭ ହେବାକୁ ଥିବା ବେଳେ ଫାଓ ସଂପାଦକ ଆଶୀର୍ବାଦ ବେହେରାଙ୍କ ନିର୍ଦେଶ କ୍ରମେ ଏହି ପ୍ରତିନିଧି ଦଳ ଇତି ମଧ୍ୟରେ ୫ ଗୋଟି ଜିଲ୍ଲା ଗସ୍ତ କରି ଭିତ୍ତଭୂମିର ତଦାରଖ କରିଥିବା ଜଣାଯାଇଛି । ଏହି ଖବରରେ ଜିଲ୍ଲାର ଫୁଟବଲ୍ ପ୍ରେମୀଙ୍କ ଉତ୍କଣ୍ଠା ବଢ଼ିଛି । ଆଜିର ଏହି ଗସ୍ତରେ ଫାଓର ଯୁଗ୍ମ ସମ୍ପାଦକ ବିଶ୍ୱ ରଞ୍ଜନ ଘଡେଇ, ସଦସ୍ୟ ତଥା ସିଲେକ୍ଟର ମଣ୍ଟୁ ନାୟକ, କାର୍ତ୍ତିକ ବେହେରା, ସମ୍ବିତ୍ ନନ୍ଦଙ୍କ ସମେତ ଡିଷ୍ଟିକ ଏଥେଲେଟିକ ଆସୋସିଏସନ ସଂପାଦକ ପୀୟୂଷ ପଣ୍ଡା, ଉପ ସଭାପତି ଚିତ୍ତ ରଞ୍ଜନ ତରାସିଆ, ଉପଦେଷ୍ଟା ଗୋବିନ୍ଦ ମହାରଣା, ସଦସ୍ୟ ଭୁକଲୁ ବକ୍ସି, ମନୋରଞ୍ଜନ ତ୍ରିପାଠୀ, ରାଜ କିଶୋର ତ୍ରିପାଠୀ, ଫୁଟବଲ୍ ଆସୋସିଏସନ୍ ସଂପାଦକ ରାଜୀବ ସାହୁ, ବିକାଶ ପଣ୍ଡା, ସୁମନ ମିଶ୍ର, ବୁବୁନ ନାଏକ, ହୃଷିକେଶ ପଣ୍ଡା, ସନ୍ତୋଷ ପାଢ଼ୀ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହିବା ସହ ଗଠନ ମୂଳକ ଆଲୋଚନା କରିଥିଲେ ।

Leave A Reply

Your email address will not be published.