pr

ଆସନ୍ତା ୨୭ ଏବଂ ୨୮ ରେ ଟିଟିଲାଗଡରେ ଅନୁଷ୍ଠିତ ହେବ ସୂର୍ଯ୍ୟମଣି ପାଢୀ ମେମୋରିଆଲ ଉତ୍କଳ ଶ୍ରୀ ୨୦୨୬ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା

dr. purohit

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହିଦ ଜିମନାସିଅମ୍ ତରଫରୁ ଫେବୃଆରୀ ୨୭ ଓ ୨୮ ଦୁଇ ଦିନିଆ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ସ୍ଥାନୀୟ ହାଇସ୍କୁଲ ଖେଳପଡିଆ ଠାରେ ଅନୁଷ୍ଠିତ ହେବାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ରବି କିରଣ ସ୍ୱାଇଁ, ଉପଦେଷ୍ଟା କମ୍ବୁପାଣି ପାଢ଼ୀ, ଉପ ସଭାପତି ସଞ୍ଜୟ ପାଢ଼ୀ ଏବଂ ସହିଦ ଜିମନାସିୟମର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ସର୍ବମୋଟ୍ ୧୪ ଟି ବିଭାଗରେ ପାଖାପାଖି ୨୦୦ ଖେଳାଳି ଆସି ଅଂଶ ଗ୍ରହଣ କରିବେ । ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ଖେଳାଳିମାନେ ଭାଗ ନେବେ । ୨୮ ତାରିଖ ସକାଳେ ସୁନ୍ଦର ସ୍ୱାସ୍ଥ୍ୟ ସଚେତନତା ରେଲି ସହର ପରିକ୍ରମା କରିବ । ଏହି ପ୍ରତିଯୋଗିତାରେ ବିଶେଷ ଆକର୍ଷଣ ହେଲେ ଜାତୀୟ ସ୍ତରୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ବିଜେତା ହୋଇ ନିଜ ରାଜ୍ୟର ନା’ କରିଥିବା ଖେଳାଳି । ୪୦ ଅଫିସିଆଲ୍ ମଧ୍ୟ ଖେଳ ପରିଚାଳନା ପାଇଁ ଆସିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କମ୍ବୁପାଣି ପାଢ଼ୀ । ୨୭ ତାରିଖ ସନ୍ଧ୍ୟା ୫ ଟା ସମୟରେ ଉଦ୍‌ଘାଟନ କରାଯିବ ଯେଉଁଥିରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ, ଟିଟିଲାଗଡ଼ ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ୨୮ ତାରିଖ ଉଦଯାପନୀ ସନ୍ଧ୍ୟାରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ଜିଲ୍ଲାପାଳଙ୍କୁ ନିମନ୍ତ୍ରଣ କରିଥିବା ବେଳେ ୨୬ ତାରିଖ ସନ୍ଧ୍ୟାରେ ଉପସ୍ଥିତି ବିଷୟରେ ଅବଗତ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି ।

nrusinghnath
Leave A Reply

Your email address will not be published.