ମଣିପୁର ହିଂସା ଓ ମହିଳାମାନଙ୍କ ଉପରେ ବିଭତ୍ସ ଓ ବର୍ବର ଆକ୍ରମଣ ରୋକିବାରେ ବିଫଳ ବିଜେପି ସରକାର : ବରଖାସ୍ତ ଦାବୀରେ ସିଆଇଟିୟୁ, କୃଷକ ସଭା ଓ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ

ରାଉରକେଲା, (ସସ୍ମିତା ପ୍ରଧାନ) : ମଣିପୁର ହିଂସା ଓ ମହିଳାମାନଙ୍କ ଉପରେ ବିଭତ୍ସ ଓ ବର୍ବର ଆକ୍ରମଣ ରୋକିବାରେ ବିଫଳ ବିଜେପି ସରକାର ବୋଲି କହିବା ସହିତ ବରଖାସ୍ତ ଦାବୀରେ ସିଆଇଟିୟୁ, କୃଷକ ସଭା ଓ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ କରିଛନ୍ତି । ସେମାନେ କହିଛନ୍ତି ଯେ, ଦୀର୍ଘ ୮୫ ଦିନ ଧରି ମଣିପୁର ରାଜ୍ୟ ଜଳୁଛି । ସରକାରୀ ହିସାବରେ ୧୫୦ରୁ ଅଧିକ ଲୋକ ହତ୍ୟାର ଶିକାର ହୋଇଛନ୍ତି । ହଜାର ହଜାର ଲୋକ ବିସ୍ଥାପିତ ହୋଇ ଶରଣାର୍ଥୀ ଶିବିରରେ ଅକଥନୀୟ ନିର୍ଯାତନାର ଶିକାର, ଯାହାଙ୍କ ମଧ୍ୟରେ ବ୍ୟାପକ ସଂଖ୍ୟା ଗରିଷ୍ଠ ହେଉଛନ୍ତି ଆଦିବାସୀ କୁକୀ ସଂପ୍ରଦାୟର । ମହିଳାମାନଙ୍କ ଉପରେ ଚାଲିଥିବା ବିଭତ୍ସ ଯୌନ ନିର୍ଯାତନା, ଧର୍ଷଣ ଓ ସର୍ବସମକ୍ଷରେ ଉଲଗ୍ନ ପ୍ୟାରେଡ ସମଗ୍ର ଭାରତବାସୀଙ୍କୁ ଲଜ୍ଜାରେ ମଥାନତ କରିବାକୁ ବାଧ୍ୟ କରିଛି ।

ଆହୁରି ମଧ୍ୟ କହିଛନ୍ତି ଯେ, ମଣିପୁର ପରି ଏକ ସୀମାନ୍ତ ଓ ସଂବେଦନଶୀଳ ରାଜ୍ୟରେ ଚାଲିଥିବା ନାରକୀୟ ବିଭତ୍ସତା ସମଗ୍ର ବିଶ୍ଵରେ ଭାରତବର୍ଷର ମର୍ଯ୍ୟାଦାକୁ ଭୁ-ଲୁଣ୍ଠିତ କରିଛି । ଅଥଚ ଏହି ଜଘନ୍ୟ ବର୍ବରତାର ମୁଖ୍ୟ ଖଳନାୟକ ତଥା ପ୍ରୋତ୍ସାହକ ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଲଜ୍ଜାହୀନ ଭାବେ ନିଜର ମୈତେହୀ ସଂପ୍ରଦାୟର ଅପରାଧୀ ମାନଙ୍କୁ ଘଣ୍ଟ ଘୋଡେଇ ନିର୍ଲଜତାର ସୀମା ଲଙ୍ଘନ କରିଛନ୍ତି । ସବୁଠାରୁ ବଳି ଉଦବେଗର ବିଷୟ, ମଣିପୁର ନିର୍ବସ୍ତ୍ର ମହିଳାଙ୍କୁ ସର୍ବସାଧାରଣରେ ଚଲାଇବା ଘଟଣାର ଚିତ୍ର ଭାଇରାଲ ହେବା ପରେ ମାନ୍ୟବର ସୁପ୍ରିମକୋର୍ଟଙ୍କ କଡ଼ା ତାଗିତ ପରେ ବି ମଣିପୁର ମୁଖ୍ୟମନ୍ତ୍ରୀ ଏପରି ଶହ ଶହ ଘଟଣା ଘଟୁଛି କହି ମାନ୍ୟବର କୋର୍ଟଙ୍କୁ ଅପମାନିତ କରିଛନ୍ତି । ଆହୁରି ଉଦବେଗଜନକ ଓ ନିନ୍ଦନୀୟ ହେଉଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦାୟିତ୍ୱହୀନ ବକ୍ତବ୍ୟ । ଦୀର୍ଘ ୭୭ ଦିନର ନିରବତା ପରେ ପ୍ରଧାନମନ୍ତ୍ରୀ କୌଣସି ଅପରାଧୀକୁ ଛଡ଼ା ଯିବ ନାହିଁ ବୋଲି କହି ଅନ୍ୟାନ୍ୟ ଅଣ ବିଜେପି ଶାସିତ ରାଜ୍ୟରେ ମଧ୍ୟ ଅନୁରୂପ ଘଟଣା ଘଟୁଛି ବୋଲି ନିଜର ଦାୟିତ୍ଵହୀନ ମନ୍ତବ୍ୟ ଦେଇଛନ୍ତି ।

ଆହୁରି କୁହାଯାଇଛି ଯେ, ମଣିପୁର ଏପରି ଏକ ଅଗ୍ନିଗର୍ଭ ପରିସ୍ଥିତିର ପ୍ରତିବାଦରେ ଓ ଶାନ୍ତି ଫେରାଇ ଆଣିବା, ଦଙ୍ଗା ଓ ମହିଳାମାନଙ୍କ ଉପରେ ପାଶବିକ ଅତ୍ୟାଚାର ଓ ବର୍ବର ଆକ୍ରମଣକୁ ରୋକିବା ଦିଗରେ ବିଫଳ ହୋଇଥିବା ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ସରକାରଙ୍କୁ ତୁରନ୍ତ ବରଖାସ୍ତ କରି ମଣିପୁରରେ ରାଷ୍ଟ୍ରପତି ଶାସନ ଲଗାଇବା, ଦଙ୍ଗା ଓ ମହିଳା ମାନଙ୍କ ଉପରେ ବର୍ବର ଆକ୍ରମଣ କରୁଥିବା ଅପରାଧୀମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା ଦାବୀରେ ଆଜି ସମଗ୍ର ଦେଶରେ ସିଆଇଟିୟୁ, ଅଲ୍ ଇଣ୍ଡିଆ କିଷାନ ସଭା ଏବଂ ଅଲ୍ ଇଣ୍ଡିଆ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ପ୍ରତିବାଦ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ସଂଗଠନର ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ରାଉରକେଲା ସେକ୍ଟର ୨ ଘରୋଇ ବସଷ୍ଟାଣ୍ଡଠାରେ ପ୍ରତିବାଦ ସଭା ସିଆଇଟିୟୁ ଜିଲ୍ଲା ସଭାପତି ତଥା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ସିପିଆଇଏମ୍ ଜିଲ୍ଲା ସଂପାଦକ ପ୍ରମୋଦ ସାମଲ, ସିଆଇଟିୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ, ହୃଦୟାନନ୍ଦ ଯାଦବ, ପ୍ରଭାତ ପଣ୍ଡା, ଶକୁନ୍ତଳା ମହାକୁଡ଼, ଶ୍ରୀମନ୍ତ ବେହେରା, ଜିଲ୍ଲା ସଂପାଦକ ରାଜ କିଶୋର ପ୍ରଧାନ, ଯଯାତି କେଶରୀ ସାହୁ, କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ସୁରେନ୍ଦ୍ର ଦାଶ, ଜିଲ୍ଲା ସଭାପତି ସମୀର ନାଏକ, କ୍ଷେତ ମଜଦୂର ୟୁନିୟନ ନେତା ରଜତ ମୁଣ୍ଡା, ଗଣତାନ୍ତ୍ରିକ ମହିଳା ସମିତିର ରାଜ୍ୟ ସଭାନେତ୍ରୀ ସୁଶୀଳା ମୁଣ୍ଡା, ଶକୁନ୍ତଳା ଟୁଡୁ, ସିନିଗୋ ବେସରା ପ୍ରମୁଖ ଶ୍ରମିକ, କୃଷକ, ମହିଳା, ଯୁବ ଛାତ୍ରମାନଙ୍କ ନେତୃତ୍ୱରେ ବକ୍ତବ୍ୟ ରଖି ବିଜେପିର ସାଂପ୍ରଦାୟିକ ରାଜନୀତିକୁ ଜନସାଧାରଣ ପରାସ୍ତ କରିବାକୁ ଆହ୍ୱାନ କରିଥିଲେ । ଏହି ପ୍ରତିବାଦ ସଭାକୁ ସିଆଇଟିୟୁ ରାଜ୍ୟ କମିଟି ସଦସ୍ୟ ବି ପି ମହାପାତ୍ର, ଅକ୍ଷୟ ମହାନ୍ତ, ଭାଗିରଥି ଟୁଡୁ, ଗୌରୀ ଶଙ୍କର ପାତ୍ର, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଲକ୍ଷ୍ମୀଧର ନାୟକ, ଅରୁ ଦାସ, ବିନୟ ବେଉରିଆ, ଦିବାକର ମହାରଣା, ଏନ୍ ଏନ୍ ପାଣିଗ୍ରାହୀ, ସୁରେନ୍ଦ୍ର ମହାନ୍ତି, ପ୍ରଦୀପ ସେଠୀ, ରତ୍ନାକର ନାୟକ, ଯଜ୍ଞେଶ୍ଵର ସାହୁ, ଦେବାନନ୍ଦ ରାଉତ, ଅରୁଣ ମହାରଣା, ସାଗର ଛୋଟରାୟ, ବାସୁଦେବ ସାହୁ, ଶୁଭେନ୍ଦୁ ମହାନ୍ତି, ଏନ୍ କେ ରାଉତରାୟ, ପ୍ରମୋଦ ପରିଡ଼ା, ସୁରେଶ ଜେନା, ମହିଳା ସମିତି ନେତ୍ରୀ ଜୟନ୍ତୀ ନାୟକ, ଅଞ୍ଜଳି ଘୋଷ, ବୁଧନୀ ମୁଣ୍ଡାରୀ, ଶାନ୍ତି ମିଞ୍ଜ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.