ବରତୁଣ୍ତା ଓ ଜାମସେଠ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନ ନିରବତା ପରେ ବରତୁଣ୍ତା, ଜାମସେଠ ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ଓ ବରତୁଣ୍ତା ଗ୍ରାମର ବସଷ୍ଟାଣ୍ଡ ନିକଟରେ ଥିବା ଆରଡି ବିଭାଗ ଅଧୀନରେ ଥିବା ବୁଲାଣି ରାସ୍ତାରେ ଦୁଇଟି ହାତଲେଖା ଓଡ଼ିଆ ଓ ହିନ୍ଦୀ ଭାଷାରେ ମାଓ ପୋଷ୍ଟର ଲଗାଯାଇଛି । ମାଓ ପୋଷ୍ଟରରେ ଉଲ୍ଲେଖ ଅଛି ଯେ, ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଗାଁ ଗାଁରେ ସହିଦ ଦିବସ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଉଛି ।

Leave A Reply

Your email address will not be published.