ରେଳବାଇ ବୋର୍ଡ଼ର ସଦସ୍ୟ ଡ଼ଃ ସୁବାସ ଲେଙ୍କାଙ୍କ ଝାରସୁଗୁଡ଼ା ରେଳ ଷ୍ଟେସନ ନିରୀକ୍ଷଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରେଳବାଇ ବୋର୍ଡ଼ର ସଦସ୍ୟ ଡଃ ସୁବାସ ଚନ୍ଦ୍ର ଲେଙ୍କା ଅଚାନକ ଝାରସୁଗୁଡା ରେଳ ଷ୍ଟେସନ ନିରୀକ୍ଷଣ କରିଥିଲେ । ଷ୍ଟେସନର ସମସ୍ତ ପ୍ଲାଟଫର୍ମର ରକ୍ଷଣାବେକ୍ଷଣ, ପରିଷ୍କାର ପରିଚ୍ଛନତା, ଫୁଟ ଓଭର ବ୍ରିଜ, ଟିକେଟ ବୁକିଙ୍ଗ୍‌ ବ୍ୟବସ୍ଥା, ପ୍ଲାଟ ଫର୍ମ୍ ୪ ଓ ୫ ସହିତ ଅନ୍ୟ ସମସ୍ତ ପ୍ଲାଟଫର୍ମ ଗୁଡିକରେ ଥିବା କେଟେରିଙ୍ଗ ବ୍ୟବସ୍ଥା, ବୁକଷ୍ଟଲ, ଟି ଷ୍ଟଲ, ବିଶ୍ରାମ ଗୃହ, ଶୌଚାଳୟ, ଗାଧୁଆଘର ଇତ୍ୟାଦିଗୁଡିକ ବୁଲି ନିରୀକ୍ଷଣ କରିଥିଲେ । ଷ୍ଟେସନର ସିସିଆଇ ଡିପି କିଶାନ, ଷ୍ଟେସନ ମାଷ୍ଟର ଏମ୍‌କେ ବେହୁରା ଏବଂ ଅନ୍ୟମାନଙ୍କ ମଧ୍ୟରେ ସାମିଲ ଉମେଶ ପାଶୱାନ, ଏନ.କେ ବିଦ୍ୟାର୍ଥୀ, ବିବେକ କୁମାର ଏବଂ ଝାରସୁଗୁଡା ରେଳ ଷ୍ଟେସନ ତରଫରୁ ପୋଲିସ ସୁରକ୍ଷା ଦେଇ ନିରୀକ୍ଷଣ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ପ୍ଲାଟଫର୍ମ୍ – ୨ ଓ ୩ରେ ଥିବା ଷ୍ଟଲରୁ ସମୟ ଅତିକ୍ରାନ୍ତ ହୋଇ ଯାଇଥିବା ଅନେକ ବିସ୍କୁଟ ପକେଟ ବାହାରିବାରୁ ସମସ୍ତ ଜିନିଷ ସିଜ କରାଯାଇ ପାଞ୍ଚହଜାର ଟଙ୍କା ଫାଇନ କରାଯାଇଥିଲା । ଏହା ଛଡା ସମସ୍ତ ଷ୍ଟଲଗୁଡିକରୁ ଲାଇସେନ୍ସ ମଧ୍ୟ ଯାଞ୍ଚ କରାଯାଇଥିଲା । ଯାଞ୍ଚ କାର୍ଯ୍ୟକ୍ରମ ପୂର୍ବରୁ ସିସିଆଇଡିପି କିଷାନ ଓ ଷ୍ଟେସନମାଷ୍ଟରଙ୍କୁ ନେଇ ଡଃ ଲେଙ୍କା ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ ।

Leave A Reply

Your email address will not be published.