csstore

ଚନ୍ଦ୍ରୟାନ -୩ର ସଫଳ ଅବତରଣ ପାଇଁ ପ୍ରାର୍ଥନା କଲେ ଛାତ୍ରଛାତ୍ରୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁରଠାରେ ଚନ୍ଦ୍ରୟାନ -୩ର ସଫଳ ଅବତରଣକୁ ନେଇ ସାରା ଦେଶ ଉତ୍କଣ୍ଠାର ସହ ଚାହିଁବସିଥିବା ବେଳେ କୁନିକୁନି ଛାତ୍ରଛାତ୍ରୀ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି । ଆଜି ସନ୍ଧ୍ୟାରେ ଚନ୍ଦ୍ରୟାନ -୩କେମିତି ଠିକ ଭାବରେ ଅବତରଣ କରିବ ସେଇଥିପାଇଁ ଶିଶୁମନ୍ଦିରର ଛାତ୍ର ଛାତ୍ରୀ ଶାଳିନୀ ସାହୁ, ଅନୁପ୍ରଭା ସାହୁ, ଅଭିଜ୍ଞା ସାହୁ, ଆରାଧ୍ୟ ସାହୁ, ଦିବ୍ୟଙ୍କା ପାତ୍ର, ଆରତୀ ସାହୁ ଓ ଆଦର୍ଶ ସ୍କୁଲ ଆଶୁତୋଷ ସାହୁ, ଆୟୁଷ୍ମାନ ସାହୁ, ଇପ୍ସିତା ସାହୁ, ଅନୁଜ ସାହୁ, ଗୌତମ ମିତ୍ତଳ, ମାରବାଡ଼ି ମହିଳା ମୋର୍ଚ୍ଚାର ସଭନେତ୍ରୀ, ଉତ୍କଳ ମଧୂବୈଶ୍ୟ ସମାଜର ସାଧାରଣ ସମ୍ପାଦକ ତଥା ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ସାହୁ, ମୂର୍ତ୍ତିଶିଳ୍ପୀ କେଦାରନାଥ ମହାରଣାଙ୍କ ସମେତ ଜନସାଧାରଣ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଦୀପ, ପୂଜାପାଠ ସହ ସାମୁହିକ ପ୍ରାର୍ଥନା କରିଥିଲେ ।

jayashree
Leave A Reply

Your email address will not be published.