jsm

୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ହରିଶଙ୍କର ଗସ୍ତକୁ ନେଇ ଚାଲିଛି ଯୋରଦାର ପ୍ରସ୍ତୁତି

csstore

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆସନ୍ତାକାଲି ଅଗଷ୍ଟ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ତଥା ପଶ୍ଚିମାଞ୍ଚଳର ପ୍ରସିଦ୍ଧ ଶୈବକ୍ଷେତ୍ର ହରିଶଙ୍କର ପୀଠକୁ ଗସ୍ତରେ ଆସୁଥିବା ନେଇ ହରିଶଙ୍କରଠାରେ ପ୍ରସ୍ତୁତି ଯୋରଦାର ହୋଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ ଆସନ୍ତକାଲି ୫-ଟି ସଚିବ ଭି.କେ. ପାଣ୍ଡିଆନ ହରିଶଙ୍କର ଗସ୍ତକୁ ଆସୁଥିବା ନେଇ ଆଜି ସକାଳ ୧୦ ଟାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଡି ଖିଲାରୀ, ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ, ତୁରକେଲା ଥାନାଧିକାରୀ ଭାନୁଶଙ୍କର ୟାଦବ, ଲାଠୋର ଥାନାଧିକାରୀ ଝସକେତନ ଭୋଇ ଏବଂ ପୋଲିସ ଦଳ ଭି.କେ. ପାଣ୍ଡିଆନଙ୍କ ଗସ୍ତର ସଫଳ ରୂପାୟନ ପାଇଁ ହରିଶଙ୍କରର ବିଭିନ୍ନ ସ୍ଥାନକୁ ଆଗୁଆ ସମୀକ୍ଷା କରୁଥିବା ଦେଖିବାକୁ ମିଳିଛି । ହରିଶଙ୍କର ମନ୍ଦିରର ଚାରିପାଖ, ପାପନାଶିନୀ ଝରଣା, ଯୋଉଠି ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ଓହ୍ଲାଇବ ହେଲିପେଡ, ମିଶନଶକ୍ତି ଗୃହ ପ୍ରମୁଖ ସ୍ଥଳକୁ ଭଲ ଭାବରେ ନିରୀକ୍ଷଣ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ହରିଶଙ୍କର ପୀଠକୁ ୫-ଟି ସଚିବଙ୍କର ଦ୍ୱିତୀୟ ଗସ୍ତ ହୋଇଥିବାରୁ ଜନସାଧାରଣ ଉତ୍ସାହିତ ହୋଇ ଉଠିଛନ୍ତି ।

yuvodaya
Leave A Reply

Your email address will not be published.