ଟିଟିଲାଗଡ଼ ବ୍ଲକ କୁରସୁଡଠାରେ ସିଏସ୍‌ଡି ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କୁରସୁଡ଼ଠାରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିଏସ୍‌ଡି ଆନୁକୂଲ୍ୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ ଶିବିରରେ ମୋଟ ୧୨୦ ଜଣ ତାଲିମାର୍ଥୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଗୋଷ୍ଠୀ, ଯୁବ ଗୋଷ୍ଠୀର ସଭ୍ୟ, ସଭ୍ୟାମାନେ ବିଭିନ୍ନ ଧନ୍ଦାମୂଳକ ତାଲିମରେ ଅଂଶଗ୍ରହଣ କରି ଭବିଷ୍ୟତରେ ସ୍ୱାବଲମ୍ବୀ ହେବାର ସଂକଳ୍ପ କରିଥିଲେ । ବଲାଙ୍ଗିର ଜିଲ୍ଲା ନାବାର୍ଡ ପ୍ରବନ୍ଧକ ଡାକ୍ତର ବିବେକ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ତାଲିମାର୍ଥୀମାନଙ୍କୁ କିପରି ସ୍ୱାବଲମ୍ବୀ ଓ ପରିଶ୍ରମୀ ହୋଇ ଅର୍ଥ ଉପାର୍ଜନ କରି ଏକ ଆଦର୍ଶ ଜୀବନ ଜୀବିକା ଅନୁସରଣ କରିପାରିବେ ତାହା ଜଣାଇଥିଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିଏସ୍‌ଡିର ସମ୍ପାଦକ ମନୋଜ କୁମାର ପାଢ଼ୀ ଅନୁଷ୍ଠାନ ବିଷୟରେ ସମ୍ୟକ ଧାରଣା ଦେଇ କିପରି ସମସ୍ତେ ସତମାର୍ଗରେ ରୋଜଗାରକ୍ଷମ ହୋଇପାରିବେ ଏବଂ ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀମାନେ ସେମାନଙ୍କ ପରିଶ୍ରମର ଉଚିତ ମୂଲ୍ୟ ପାଇପାରିବେ ତାହା ସିଏସ୍‌ଡିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଥିଲେ । ସଂଗଠନର ନିର୍ଦ୍ଦେଶକ ସତ୍ୟଜିତ ପ୍ରତିହାରୀ ସଭା ପରିଚାଳନା କରିବା ସହିତ ଅଂଶଗ୍ରହଣକାରୀମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ କିପରି ଭବିଷ୍ୟତରେ ସଂଗଠନ ସେହି ତାଲିମାର୍ଥୀମାନଙ୍କ ପାଇଁ ସ୍ୱାବଲମ୍ବୀ ହେବାର ସୁଯୋଗ ପ୍ରସ୍ତୁତ ହୋଇପାରିବ ତାହା ସ୍ପଷ୍ଟ କରିଥିଲେ । ତାଲିମାର୍ଥୀ କୁମାରୀ ଲିପ୍ସାରାଣୀ ପାତ୍ର ସଂକ୍ଷେପରେ ତାଲିମ ବିଷୟରେ ସୂଚନା ଦେଇଥିଲେ । ଶେଷରେ ନାବାର୍ଡର ଜିଲ୍ଲା ପ୍ରବନ୍ଧକ ତାଲିମାର୍ଥୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ତାଲିମାର୍ଥୀ ପବିତ୍ର ବିଭାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

4 × one =