ରଘୁନାଥ ଦେବଙ୍କ ନୂତନ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରିଶଲ ଗ୍ରାମରେ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ନୂତନ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ୩୦୦ରୁ ଅଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ କଳସ ଯାତ୍ରାରେ ସାମିଲ ହୋଇଥିଲେ । ଶାଲା ପ୍ରତିଷ୍ଠା, ଅଙ୍କୁରରୋପଣ, ଦେବାଦେବୀମାନଙ୍କ ଧାନ୍ୟାଧୀବାସ, ମଣ୍ଡଳିକରଣ , ଜଳଯାତ୍ରା, ସୂର୍ଯ୍ୟପୂଜା, ଗୋ-ପୂଜା, ବ୍ରାହ୍ମଣବରଣ, ଅଗ୍ନିସ୍ଥାପନ,ଚଣ୍ଡୀପାଠ, ଅଭିଷେକ, ଦେବତା ସ୍ନାନ ଓ ଶୟନ, ଦେବତାମାନଙ୍କ ଜୀବନ୍ୟାସ, ଗ୍ରାମ୍ୟ ପରିଭ୍ରମଣ, ମନ୍ଦିର ପ୍ରବେଶ, ଦୀର୍ଘ ପାଞ୍ଚ ଦିନଧରି ନୀତିକାନ୍ତି ପୂଜାର୍ଚ୍ଚନା ସହ ପୂର୍ଣ୍ଣାହୁତି ସମ୍ପୂର୍ଣ୍ଣ, ଚରୁପ୍ରସାଦ ବଣ୍ଟନ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଅଂଚଳରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା ।

Leave A Reply

Your email address will not be published.

11 − 3 =