pakka

ତହସିଲଦାରଙ୍କ କାର୍ଯ୍ୟଶୈଳୀକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସା

bbehera
  • ସାମନ୍ତରା ପୁଷ୍କରିଣୀରୁ ନୀଳଦଳ ସଫେଇ ନେଇ ପଦକ୍ଷେପ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ରହିଥିବା ସାମନ୍ତରା ପୁଷ୍କରିଣୀରୁ ଗଞ୍ଜାମ ଏନ୍‌ଏସି ପ୍ରଶାସନ ପକ୍ଷରୁ ନୀଳଦଳ ସଫେଇ ଅଭିଯାନ ଆରମ୍ଭ ହୋଇଛି । ପୁଷ୍କରିଣୀ ମଧ୍ୟରେ ନୀଳଦଳ ବୃଦ୍ଧି ପାଉଥିବାରୁ ପୁଷ୍କରିଣୀ ଜଳ ଦୂଷିତ ହେବା ସହ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିଲା । ଅନ୍ୟପଟେ ପୋଖରୀରେ ସ୍ନାନ କରୁଥିବା ବ୍ୟକ୍ତିମାନଙ୍କ ବିଭିନ୍ନ ଚର୍ମରୋଗ ବ୍ୟାପୁଥିବା ଅଭିଯୋଗ ହୋଇଆସୁଛି । ଗଞ୍ଜାମ ଏନ୍‌ଏସିର ସ୍ଥାନୀୟ ତହସିଲଦାର ଅରୁଣ କୁମାର ନାୟକ ଦାୟିତ୍ୱ ନେବା ପରେ ବିଭିନ୍ନ ସମସ୍ୟାର ଆଶୁ ସମାଧାନ ଦିଗରେ ଗୁରୁତ୍ୱ ଦେଉଥିବା ଲକ୍ଷ କାରାଯାଉଛି । ପୁରୁଣା ୫ ନମ୍ବର ଉପରେ ସେଲ୍ଫି ପଏଣ୍ଟ ଓ ଭେଣ୍ଡିଙ୍ଗ ଜୋନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ପଦକ୍ଷେପ ନେଇଥିବା ବେଳେ ୨୦୦୨ ମସିହାରେ ଚୌଧୁରୀ ସାହି-ମଧ୍ୟଖଣ୍ଡ ସାହିରେ ପ୍ରାକ୍ତନ ଗଞ୍ଜାମ ଏନ୍‌ଏସି ଅଧ୍ୟକ୍ଷ ଦଣ୍ଡପାଣି ବେହେରାଙ୍କ ସମୟରେ କଲ୍ୟାଣି ମଣ୍ଡପ ନିର୍ମାଣ ନିମନ୍ତେ ପୁନାଦି ପଡିଥିବା ସ୍ଥାନରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ବିଚାର ବିମର୍ଷ ଚଳାଇଛନ୍ତି । ଅନ୍ୟପଟେ ଅଞ୍ଚଳବାସୀମାନଙ୍କୁ ଘରବାରୀ ପଟା ପ୍ରଦାନ ନିମନ୍ତେ ତୁରନ୍ତ ପଦକ୍ଷେପ ନେଉଥିବାରୁ ତହସିଲଦାର ଶ୍ରୀ ନାୟକଙ୍କ କାର୍ଯ୍ୟଶୈଳୀକୁ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରୁଥିବା ପରିଲକ୍ଷିତ ହୋଇଛି ।

Leave A Reply

Your email address will not be published.

two × four =