ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଫିରିଙ୍ଗିମାଲକୁ ପ୍ରକୃତି ମିତ୍ର ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଫିରିଙ୍ଗିମାଲକୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ମିତ୍ର ୨୦୨୨ ପୁରସ୍କାର ମିଳିଛି । ଏଥିରେ ସଂପୃକ୍ତ ବିଦ୍ୟାଳୟକୁ ଏକ ମାନପତ୍ର ସହ କୋଡ଼ିଏ ହଜାର ଟଙ୍କା ଆର୍ଥିକ ପୁରସ୍କାର ମଧ୍ୟ ଦିଆଯାଇଛି । ଆଜି ବିଶ୍ୱ ପରିବେଶ ଦିବସ ୨୦୨୨ ପାଳନ ଅବସରରେ ଭୁବନେଶ୍ଵର ସ୍ଥିତ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ଦଣ୍ଡସେନା ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ମୋନା ଶର୍ମା, ମୁଖ୍ୟ ଅତିଥି ଓ ଚିଲିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ନନ୍ଦ, ସମ୍ମାନିତ ଅତିଥିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ବିଦ୍ୟାଳୟଟି ସ୍ଥାପନ ହେବା ଦିନଠାରୁ ଅର୍ଥାତ୍ ୧୯୯୭ ମସିହା ଠାରୁ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଜନ ସଚେତନତା ସୃଷ୍ଟି ତଥା ବିଦ୍ୟାଳୟ କ୍ୟାମ୍ପସରେ ଓ ବାହାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ବ୍ରତ ରୂପେ ଗ୍ରହଣ କରି ସବୁଜ ବଳୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି । ରାଜ୍ୟ ସରକାରଙ୍କଠାରୁ ପ୍ରାପ୍ତ ଏହି ପୁରସ୍କାର ଯୋଗୁଁ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ଉତ୍ସାହିତ ହେବା ସହ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି ।

Leave A Reply

Your email address will not be published.

five × three =

error: Content is protected !!