ସଙ୍ଗୁରଜିଭଟା ଗାଁର ଏକ କୂଅରୁ ମାଙ୍କଡକୁ ଉଦ୍ଧାର କଲା ବନ ବିଭାଗ ନେଇ ସୂଚନା ଦେଲେ ଡିଏଫ୍‌ଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲାଠୋର ରେଞ୍ଜ ଅନ୍ତର୍ଗତ ସଙ୍ଗୁରଜିଭଟା ଗାଁର ଏକ କୂଅରେ ଗୋଟିଏ ମାଙ୍କଡ ପଡି ଯାଇ ଦୀର୍ଘ ସମୟ ଧରି ଫସି ରହି କଷ୍ଟ ପାଉଥିଲା । ତେବେ ସ୍ଥାନୀୟ ଲୋକେ ମାଙ୍କଡକୁ ଦେଖି ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଲାଠୋର ରେଞ୍ଜର ବନବିଭାଗ କର୍ମଚାରୀମାନେ କୂଅ ଭିତରେ ଫସି ରହିଥିବା ମାଙ୍କଡକୁ ଉଦ୍ଧାର କରିଥିଲେ । ମାଙ୍କଡର ସ୍ୱାସ୍ଥ୍ୟବସ୍ଥା ଭଲ ଥିବାରୁ ମାଙ୍କଡକୁ ସ୍ଥାନୀୟ ଜଙ୍ଗଲରେ ଛାଡିଦେଇଥିବା ନେଇ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

4 + 19 =

error: Content is protected !!