pakka

ଜୁରୀଆ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରକୁ ମିଳିଲା ପ୍ରାକୃତି ମିତ୍ର ପୁରସ୍କାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଜୁରୀଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ୨୦୨୧-୨୨ ବର୍ଷ ପ୍ରାକୃତି ମିତ୍ର ସମ୍ମାନରେ ଭୁବନେଶ୍ଵର ସ୍ଥିତ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଜଙ୍ଗଲ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଡ. ମେନା ଶର୍ମାଙ୍କ ଉପସ୍ଥିତିରେ ପ୍ରାକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଚଳିତ ବର୍ଷ ଜୁରୀଆ ସରସ୍ଵତୀ ବିଦ୍ୟାମନ୍ଦିର ପରିସରରେ ଓ ବାହାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ବ୍ରତ ରୂପେ ଗ୍ରହଣ କରି ସବୁଜ ବଲୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି । ପ୍ରାକୃତିକ ପରିବେଶ ସୁରକ୍ଷା ସଚେତନତା ସୃଷ୍ଟି କରି ଥିବାରୁ ଏକ ପ୍ରମାଣ ପତ୍ର ସହ କୋଡ଼ିଏ ହାଜର ଟଙ୍କାର ଏକ ଚେକ ସରସ୍ୱତୀ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କଠାରୁ ପ୍ରାପ୍ତ ଏହି ପୁରସ୍କାର ଯୋଗୁଁ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟଙ୍କ ସମେତ ଗୁରୁଜୀ ଗୁରୁମାଙ୍କ ସହ ସମସ୍ତ ଷ୍ଟାଫ୍ ଉତ୍ସାହିତ ହେବା ସହ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.

four × one =