
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବିଶ୍ୱ ପରିବେଶ ଦିବସ–୨୦୨୬ ପାଳନ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ବନ ବିଭାଗ ପକ୍ଷରୁ ଚଳିତ ବର୍ଷ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର–୨୦୨୬ ପ୍ରଦାନ ସମାରୋହ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି। ପରିବେଶ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ, ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ସହିତ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଶ୍ୱ ପରିବେଶ ଦିବସ–୨୦୨୬ ଅବସରରେ ବିଭାଗୀୟ କାର୍ଯ୍ୟଳୟରେ “ଆମ ଭବିଷ୍ୟତ ପାଇଁ ଜଳବାୟୁ, ପ୍ରକୃତିରୁ ପ୍ରେରିତ” ବିଷୟ ବସ୍ତୁକୁ ନେଇ ସକାଳ ୧୦.୦୦ ଘଣ୍ଟାରୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର–୨୦୨୬ ପାଇଁ ଚୟନିତ ପ୍ରାର୍ଥୀମାନଙ୍କୁ ସମ୍ମାନିତ କରାଯାଇଛି । ତନ୍ମଧ୍ୟରୁ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଖୋଲାନ୍ ସରପଞ୍ଚ ନରେଶ ଅଗ୍ରୱାଲଙ୍କୁ ତାଙ୍କ ପଞ୍ଚାୟତକୁ ସବୁଜମୟ କରିବା ତଥା ପରିବେଶକୁ ଭଲ ଭାବରେ ରଖିବା ଯୋଗୁଁ ତାଙ୍କୁ ପ୍ରକୃତି ମିତ୍ର ପୁରସ୍କାର ଜିଲ୍ଲାପାଳ ପ୍ରଦାନ କରିଛନ୍ତି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ବନ ବିଭାଗର ବିଭିନ୍ନ ପଦାଧିକାରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।