jayashree

ଆଇ.ଟି.ଆଇ କଲେଜରେ ବୈଷୟୀକ ଶିକ୍ଷା ପାଠ୍ୟକ୍ରମ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଅବସ୍ଥିତ ଥିବା ଆଇ.ଟି.ଆଇ. କଲେଜରେ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ତରଫରୁ ବୈଷୟିକ ଶିକ୍ଷା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରାମର୍ଶ ଶିବିରରେ ଜିଲ୍ଲା ଅବସରରେ ଆଇନ ପରିବେକ୍ଷକ ଅଧିକାରୀ ଦିଗମ୍ବର କର ସ୍ୱାଗତ ଭାଷଣ ଦେଇଥିଲେ ଓ ବୈଷୟିକ ଶିକ୍ଷା ଉପରେ ନିଜର ମତାମତ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା କହିଲେ ମେଟ୍ରିକ୍ ଓ ଦ୍ୱାଦଶରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ବୈଷୟୀକ ପାଠ୍ୟକ୍ରମକୁ ବୁଝିବା ପଢ଼ିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆଇ ଟି ଆଇ କଲେଜର ତାଲିମ ଦାତା ଭାବେ ଦୟାନିଧି ବାଗ ତାଲିମ୍ ଓ ପରାମର୍ଶ ପ୍ରଦାନ କରିଥିଲେ । ଆଇ ଟି ଆଇ କଲେଜର ଅଧ୍ୟକ୍ଷ ସାମ ଓରାମ ବିଭିନ୍ନ ଟ୍ରେଡର ବିଭାଗର ପାଠ୍ୟକ୍ରମ ସହିତ ନିଯୁକ୍ତି ବିଷୟରେ ଓ କ୍ୟାମ୍ପସର ଗ୍ୟାରେଣ୍ଟି ଉପରେ ନିଜର ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପିତୃମାତୃ ହିନ ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ ଦିଆଯାଉଥିବା ଯୋଜନାକୁ ସଫଳ କରିବାକୁ ବୈଷୟୀକ ପାଠ୍ୟକ୍ରମ ଏକ ବିକଳ୍ପ ଭାବେ ଭବିଷ୍ୟତ ବୋଲି ମତାମତ ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥାପିତ ଥିବା ଅରୁଣାର ଓ ଜିଲ୍ଲା ପରାମର୍ଶଦାତା ଭାବେ ପ୍ରମୋଦ ବଗର୍ତ୍ତୀ କହିଲେ ଏକା ସାଙ୍ଗରେ ଦ୍ୱାଦଶ ଓ ଆଇ ଟି ଆଇରେ ପାଠ ପଢ଼ିବା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏକ ବଡ଼ ପଦକ୍ଷେପ ବୋଲି ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଆଇ ଟି ଆଇର ରାଜୀବ ଲୋଚନ ପଣ୍ଡା, ଜିତେନ୍ଦ୍ର ସୁନା, ଭୁବନ ମହାନ୍ତି, ଦୀପିକା ଦାସ ମଧ୍ୟ ଉପସ୍ଥିତ ରହି ଆବଶ୍ୟକୀୟ କାଗଜ ଉପରେ ଓ କାଳିଆ ଯୋଜନା, ଲେବର କାର୍ଡ ଉପରେ ଜଣାଇଥିଲେ । କାର୍ଯ୍ୟକ୍ରମରେ ଅଣ ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ଆଶୀର୍ବାଦ, ଗ୍ରୀନ ପ୍ୟାସେଜ, ଯଶୋଦା ଯୋଜନା, ସି ଆଇ ସି ଏଲ ସମ୍ପର୍କରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ହରିବନ୍ଧୁ ରାଉତ୍, ଗଣେଶ କୁମ୍ଭାର ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ୭୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ପ୍ରମୋଦ ବଗର୍ତ୍ତୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.