om academy

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ମନରେଗା ଟଙ୍କା ପାଇବାରୁ ବଞ୍ଚିତ : ଇନସେଟିଭ୍‌ ଟଙ୍କା ମଧ୍ୟ ମିଳିନଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଲାସପୁର ଗ୍ରାମ ପଞ୍ଚାୟତର କାଶୀପାଣି ଗ୍ରାମର ୨୦୨୯ – ୨୦ ବର୍ଷର ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇ ଘର ସଂପୂର୍ଣ୍ଣ ଭାବେ ନିର୍ମାଣ କରି ସାରିଥିବା ବେଳେ ଏକ ବର୍ଷରୁ ଅଧିକ ହୋଇଗଲା ମନରେଗାର ଟଙ୍କା ପାଇପାରି ନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇଥିବା ହିତାଧିକାରୀ ଘର ନିର୍ମାଣ କାର୍ଯ୍ୟାଦେଶ ପାଇବାର ୩ ମାସ ଭିତରେ ଘର ସଂପୂର୍ଣ୍ଣ କଲେ ୨୦ ହଜାର ଟଙ୍କା ଓ ୬ ମାସ ଭିତରେ ଘର କାର୍ଯ୍ୟ ସଂପୂର୍ଣ୍ଣ କଲେ ୧୦ ହଜାର ଇନସେଟିଭ୍‌ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । କାଶୀପାଣି ଗାଁର ହିତାଧିକାରୀ ନେପାଳ ବାଗ ଓ ନୀଳମଣି ମାଝୀ ୬ ମାସ ଭିତରେ ଘର କାର୍ଯ୍ୟ ସଂପୂର୍ଣ୍ଣ କରିଥିଲେ ସୁଦ୍ଧା ଗୋଟିଏ ବର୍ଷ ହୋଇଗଲା ଇନସେଟିଭ୍‌ ଟଙ୍କା ସରକାରଙ୍କ ଠୁଁ ପାଇ ନାହଁନ୍ତି । ଏପରିକି ମନରେଗାର ଟଙ୍କା ମଧ୍ୟ ପାଇନଥିବା ଅଭିଯୋଗ ଉଠିଛି । କାଶୀପାଣି ଗ୍ରାମର ଅନ୍ୟ ହିତାଧିକାରୀମାନେ ଯେଉଁମାନେ ୧ ବର୍ଷରୁ ଅଧିକ ହୋଇଗଲା ଘରକାର୍ଯ୍ୟ ସଂପୂର୍ଣ୍ଣ କରି ସାରିଲେଣି, କିନ୍ତୁ ମନରେଗା ଟଙ୍କା ପାଇ ନାହାନ୍ତି । ସେମାନେ ହେଲେ ମନବୋଧ ବାଗ, ଦୁର୍ଯ୍ୟୋଧନ ବାଗ, ରମେଶ ବାଗ, ମିନକେତନ ସଗରିଆ, ସୁଶିଳା ମାଝୀ, ରାହାସ ବାଗ, ସୁରତ ବାଗ, ତୁଲାରାମ ବାଗ, ଦିବ୍ୟ କିଶୋର ବାଗ ପ୍ରମୁଖ ।

Leave A Reply

Your email address will not be published.

17 + one =