jayashree

ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତକରଣ ଓ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପାଇଁ କଣ୍ଟାବାଞ୍ଜି ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଗତ ମାର୍ଚ୍ଚ ୧୯ତାରିଖରେ ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ପ୍ରତିନିଧି ଦଳଙ୍କ ସ‌ହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଆଉଟସୋର୍ସିଂ କର୍ମଚାରୀଙ୍କ ନିୟମିତ କରଣ ଏବଂ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଏକ ଉଚ୍ଚ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବାକୁ ପ୍ରତିଶୃତି ଦେଇଥିଲେ । ମାତ୍ର ଦୁଃଖ ଓ ପରିତାପର ବିଷୟ ଏପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ ଯଦ୍ୱାରା ସେମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କିମ୍ଵା ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ତରଫରୁ ସ୍ପଷ୍ଟ ସୂଚନା ଅଭାବରୁ ଅନେକ ଆଉଟସୋର୍ସିଂ କର୍ମଚାରୀ କାର୍ଯ୍ୟରୁ ଅନ୍ତର ହେବାରେ ଲାଗିଛନ୍ତି । ଆଉଟସୋର୍ସିଂ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯଥା ଆଉଟସୋର୍ସିଂ କର୍ମଚାରୀଙ୍କ ନିୟମିତକରଣ ପାଇଁ ଏବଂ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ବଲାଙ୍ଗିର ପକ୍ଷରୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ଦେବା ସମୟରେ ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ବଲାଙ୍ଗିରର ଶୁଭାଶିଷ ତ୍ରିପାଠୀ, ବୈଷ୍ଣବ ଚରଣ ନାଏକ, ପ୍ରଦୀପ ରଣା, ମୁକୁନ୍ଦ ହରପାଲ, ମୁରଲୀଧର ବେହେରା, ଜିତେନ୍ଦ୍ର ରଣା, ଲାଲଚାନ୍ଦ ସିର୍ଦ୍ଦାର, ରୂପେଶ କୁମାର ସାହୁ, ନୃପ ବାଗ, ହରିହର ବାଗ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.