
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ୧୧ ଦଫା ସମ୍ବଳିତ ଦାବିପତ୍ର ଟିଟିଲାଗଡ଼ ଡିଏଫ୍ଓଙ୍କୁ ପ୍ରଦାନ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟର ବୃହତ୍ତମ ପଞ୍ଜୀକୃତ ଏବଂ ସ୍ଵୀକୃତି ପ୍ରାପ୍ତ ଶ୍ରମିକ ସଙ୍ଗଠନ । ସଂଗଠନ ପକ୍ଷରୁ ବାରମ୍ବାର ବିଭିନ୍ନ ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇପାରିନାହିଁ । ଯେପରିକି ଘୋଷିତ କନ୍ୟା ବିବାହ ସହାୟତା ଉକ୍ତ ସାମାଜିକ ନିରାପତ୍ତା ସହାୟତା, ସର୍ବନିମ୍ନ ମଜୁରୀ ଘୋଷଣା ଅନୁଯାୟୀ ସିଜିନାଲ କର୍ମଚାରୀଙ୍କ ମାସିକ ମଜୁରୀ ଦୀର୍ଘ ୮/୯ ମାସ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ନିର୍ଦ୍ଧାରିତ ହୋଇନାହିଁ । କେନ୍ଦୁପତ୍ର ତୋଳାଳି ମାନଙ୍କ ପାଇଁ ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ ଥିଲେ ମଧ୍ୟ ପତ୍ର ଦର ଧାର୍ଯ୍ୟ କରାଯାଇ ନାହିଁ କିମ୍ବା ବନ୍ଧେଇ ଶ୍ରମିକଙ୍କ ପିସ୍ ରେଟ ବୃଦ୍ଧି ହୋଇନାହିଁ । ଏହିଭଳି ୧୧ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଶନିବାର ସକାଳେ ଟିଟିଲାଗଡ଼ ଡିଭିଜନର ଡିଏଫ୍ଓ ରଶ୍ମୀଜିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଡିଏଫ୍ଓଙ୍କୁ ଏକ ପାଞ୍ଚ ଜଣିଆ ପ୍ରତିନିଧି ଭେଟିଥିଲେ । ସେମାନେ ହେଲେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଶିବାନନ୍ଦ ପରିଛା, ଡିଭିଜନ ସମ୍ପାଦକ ରାଜ କୁମାର ବିଶି, ସର୍କଲ ଚେକର ଡିଙ୍ଗର ଠାକୁର, ତୁଷୁରା ହେଡ ଚେକର ରସୁଲ ଖାଁ, ବନ୍ଧେଇ ଚେକର ବଙ୍ଗୋମୁଣ୍ଡା ଅରୁଣ ପାଢ଼ୀ । ଅନ୍ୟ ମାନଙ୍କ ମଧ୍ୟରେ ସଂଘର ବିଜୟ ସାହୁ, ବିକ୍ରମ ହେର୍ଣ୍ଣା, ସୁଦାମ ବାଗ, ସତ୍ୟ ବକୁଳ, ହେମନ୍ତ ମାଝୀ, ପ୍ରକାଶ ପୁଟା, କୈଳାସ ମାଝି, ଗୁଜୁରାଟ ମାଝୀ, ବୈକୁଣ୍ଠ ରଣା, ଦୁଷ୍ମନ୍ତ ଭୋଇ, ଡୋଳାମଣି ଭୋଇ, ବିଷମ୍ବର ଠାକୁର, ଲିଙ୍ଗରାଜ ପୋଢ଼, ସରୋଜ ନାଏକ, ମଧୁ ବିଶି ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।