csstore

ଶ୍ରମିକ ବିରୋଧି ଶ୍ରମ ଆଇନ ପ୍ରତ୍ୟାହାର ଦାବିରେ ଏଆଇଟିୟୁସି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ ଓ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ରୀୟ ଟ୍ରେଡ ୟୁନିୟନ୍‌ ଓ ସ୍ୱାଧିନ ଫେଡେରେସନ୍‌ଙ୍କ ଆହ୍ୱାନରେ ଦେଶ ବ୍ୟାପି କଳା ଦିବସ ପାଳନ ଅବସରରେ ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରୁ ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା ସଭାପତି ସାଥୀ ତୀର୍ଥ ପଧାନଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତୀର୍ଥ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବକ୍ତାମାନେ କେନ୍ଦ୍ର ସରକାରଙ୍କ ୪୪ଟି ଶ୍ରମ ଆଇନକୁ ବଡ ବଡ ଶିଳ୍ପପତି ଏବଂ ପୁଞ୍ଜିପତିଙ୍କ ସ୍ୱାର୍ଥରେ ବାତିଲ କରି ୪ଟି ଶ୍ରମ କୋଡକୁ ଲାଗୁ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଉକ୍ତ ଆଇନ ଲାଗୁ ହେଲେ ଦେଶର ଶ୍ରମିକ ଓ ଶ୍ରମିକ ସଂଗଠନକୁ ସଂକୁଚିତ କରିବା ସହ ନିଜର ହକ୍‌ ଦାବି ପାଇଁ ଅନ୍ତରାୟ ସୃଷ୍ଟି ହେବ । ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ବକ୍ତାମାନେ ଦାବି କରିଥିଲେ । ଏହି ବିକ୍ଷୋଭରେ ଏଆଇଟିୟୁସି ନେତା ସାଏବୁ ନନ୍ଦ, ଜଗବନ୍ଧୁ ବେହେରା, ପ୍ରବୀର କମ୍ପ, ମାଧବୀ କଲତା, ଓମି ଗୁପ୍ତା, ଦୁଧନ ବିଶ୍ୱାଲ, ସରସ୍ୱତୀ ଶର୍ମା, କମଲ ଭୋଇ, କଲ୍ୟାଣି ସାହୁ, ପାଣ୍ଡବ ଭୋଇ, ଅର୍ଜୁନ ଖର୍ସେଲ, ମୀନାକ୍ଷୀ ଜେନା, ସ୍ୱେତପଦ୍ମା ପଟେଲ, କୁମୁଦିନି ବାଗ, ବାସନ୍ତି ସେଠ, ଉଜୁଲି ମେହେର, ମାଧବୀ ବେହେରା, ନମିତା ପଟେଲ, ରିନା ନାଏକ, ଅନିତା ପଧାନ, ଶୋଭାଗିନି ବାଗ, ସରୋଜିନୀ ରଣା, ଶାଶ୍ୱତା ଦାଶ, ପ୍ରଭାଶିନୀ ରାଏ, ଭୂମିସୁତା ପୋଡ, ସଞ୍ଜୁ ବାଗ, ମୁକ୍ତା ଉଦୁରକୁଲିଆ ପ୍ରମୁଖ ଦାବି ଉପସ୍ଥାପନ କରିଥିଲେ । ପରେ ଏକ ପ୍ରତିନିଧି ମଣ୍ଡଳି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.