୩୯ ମାସର ଏରିଅର୍‌ ପ୍ରଦାନ ସହ ଏନ୍‌ଜେସିଏସ୍‌ ଚୁକ୍ତିନାମା ଦାବୀରେ ମିଳିତ ଟ୍ରେଡ୍‌ ୟୁନିଅନ୍‌ର ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା କାଲି ଦିଲ୍ଲୀଠାରେ ଏନ୍‌ଜେସିଏସ୍‌ ସବକମିଟି ବୈଠକ ପରୀପ୍ରେକ୍ଷୀରେ ବିଶ୍ରାଛକ ଠାରେ ମିଳିତ ଟ୍ରେଡ୍‌ ୟୁନିଅନ୍‌ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିଆଇଟିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ଆର୍‌ଏସ୍‌ଏସ୍‌ର ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା, ଆର୍‌ଏମ୍‌ଏସର ସଭାପତି ଶଶଧର ନାୟକ, ଜିଏମ୍‌ଏମ୍‌ର ସାଧାରଣ ସମ୍ପାଦକ ଗୋପାଳ ଦାସ, ଏଆଇଟିୟୁସିର ନିଳମାଧବ ସାହୁ, ଆର୍‌ଡବ୍ଲ୍ୟୁୟୁରୁ ଅଜିତ ନାୟକ, ଆର୍‌ଆଇକେଏସ୍‌ର ରମେଶ ସାହୁ, ସିଆର୍‌ର ହେମନ୍ତ ବେହୁରିଆଙ୍କ ନେତୃତ୍ୱରେ ମିଳିତ ବିକ୍ଷୋଭ କରାଯାଇଥିଲା । କେନ୍ଦ୍ରରେ ମୋଦୀ ସରକାର ଆସିଲାପରେ ପ୍ରଥମଥର ପାଇଁ ଏନ୍‌ଜେସିଏସ୍‌ ଇତିହାସରେ ୭ ବର୍ଷ ୫ ମାସ ପରେ ମଧ୍ୟ ଏନ୍‌ଜେସିଏସ୍‌ ଚୁକ୍ତିନାମା ହୋଇପାରିଲା ନାହିଁ । ଗତ ଜାନୁଆରୀ ୨୯ ଓ ୩୦ ଧର୍ମଘଟ ଆହ୍ୱାନ ପରେ ସରକାର ଓ ସେଲ୍‌ କର୍ତୃପକ୍ଷ ତୁରନ୍ତ ଏନ୍‌ଜେସିଏସ୍‌ ଚୁକ୍ତିନାମା ୨ ମାସ ୧୫ ଦିନ ମଧ୍ୟରେ ଚୁକ୍ତିନାମା ଶେଷ କରିବା ପାଇଁ ଶ୍ରମ ନିର୍ଦ୍ଦେଶକ ନିର୍ଦ୍ଦେଶ ପାଇ ଧର୍ମଘଟ ଘୁଂଚିଲା ପରେମଧ୍ୟ ଏନ୍‌ଜେସିଏସ୍‌ ଚୁକ୍ତିନାମା ସେଲ୍‌ କତୃପକ୍ଷଙ୍କର ଶ୍ରମିକ ବିରୋଧି ନିତି ଯୋଗୁଁ କରାଗଲା ନାହିଁ । କେନ୍ଦ୍ର ସରକାର ଓ ସେଲ୍‌ କର୍ତୃପକ୍ଷ ଶ୍ରମିକ ବିରୋଧି ନିତୀ ବିରୁଦ୍ଧରେ ଆଜି ସମସ୍ତ ଇସ୍ପାତ ଉଦ୍ୟୋଗରେ ଏହି ବିକ୍ଷୋଭ କରାଯାଇ ତୁରନ୍ତ ଏନ୍‌ଜେସିଏସ୍‌ ଚୁକ୍ତିନାମା ପାଇଁ ଦାବୀ କରାଯାଇଛି । ଆଜିର ଏହି ବିକ୍ଷୋଭରେ ଆର୍‌ଏସ୍‌ଏସ୍‌ର ନିହାର ଦାସ, ଦିଲ୍ଲୀପ ମହାପାତ୍ର, ଅକ୍ଷୟ ଜେନା, ରଘୁନାଥ ଭୁକ୍ତା, ପ୍ରତାପ ପଣ୍ଡା, ଶୌମ୍ୟକାନ୍ତ ଧଳ, ଆର୍‌ଏମ୍‌ଏସ୍‌ର ପ୍ରମୋଦ ଦାସ, ଅସିତ ଦାସ, କଳାକାର ସାହୁ, ସତ୍ୟାନନ୍ଦ ବେହେରା, ସିଦ୍ଧେଶ୍ୱର
ଧଳ, ଶରତ ଜେନା, ସିଆଇଟିୟୁର ବସନ୍ତ ନାୟକ, ବିମାନ ମାଇତି, ଲକ୍ଷ୍ମୀଧର ନାୟକ, ଏନ୍‌ଏନ୍‌ ପାଣିଗ୍ରାହି, ପ୍ରଦୀପ ସେଠୀ, ଅଜୟ ଶର୍ମା, ଏଆଇଟିୟୁସିର କୈଳାସ ନାୟକ, ଅକ୍ଷୟ ପଣ୍ଡା, ଆର୍‌ଡବ୍ଲ୍ୟୁୟୁର ଶ୍ରୀନିବାସ ସେଠୀ, ସୁଭାଷ ଦଣ୍ଡପାଟ୍‌, ବିରେନ ନାୟକ, ମାର୍କଣ୍ଡ ଦାଶ, ଆର୍‌ଆଇକେଏସ୍‌ର ବିନୋଦ ତ୍ରୀପାଠୀ, ବସନ୍ତ ସାମଲ, ରାଜ ସାହୁ, ଜିଏମ୍‌ଏମ୍‌ର ଇନ୍ଦ୍ରମଣୀ ମହାନ୍ତ, ଥୋମାସ ଟପ୍ପୋ, ରାଜୁ ବଡାଇକ, ବିଷ୍ଣୁଚରଣ ମହାନ୍ତ, ରାଜୁ ବାରିକ, ପ୍ରମୁଖ ବକ୍ତବ୍ୟ ଦେଇ :- ୩୯ ମାସର ଏରିଅର୍‌ ପ୍ରଦାନ କର ଓ ୧ଟି ଅତିରିକ୍ତ ଇନ୍‌କ୍ରିମେନ୍‌ଟ ପ୍ରଦାନ କର । କାର୍ଯ୍ୟକାରୀ କର, ଗ୍ରାଚ୍ୟୁଟି ସିଲିଂ ପ୍ରତ୍ୟାହାର କର, ଠିକାଶ୍ରମିକଙ୍କ ଦରମାରେ ବୃଦ୍ଧି ଏନ୍‌ଯେସିଏସ୍‌ରେ ଚୁକ୍ତିନାମା କର । ରାତ୍ରକାଳିନ ଭତା, ଘରଭଡା ଭତା, ମାଇନସର ଦାସା ଇତ୍ୟାଦିର ବୃଦ୍ଧି, ସେଲ୍‌ ଓ ଆରତଆଇଏନତଏଲତର ଘରୋଇ କରଣ ବନ୍ଦ କର ଓ ଭାଇଜାଗ ଶ୍ରମିକଙ୍କ ପ୍ରାପ୍ୟ ପ୍ରଦାନ କର ଇତ୍ୟାଦି ପ୍ରମୁଖ ଦାବୀ ସହ ତୁରନ୍ତ ଏନ୍‌ଏସିଏସ୍‌ ଚୁକ୍ତିନାମା ସମାପ୍ତ ନକଲେ ବିଶାଳ ଆନ୍ଦୋଳନକୁ ଇସ୍ପାତ ଶ୍ରମିକ ଯିବେ । ଯାହାପାଇଁ କେନ୍ଦ୍ର ସରକାର ଓ ସେଲ୍‌ କତୃପକ୍ଷ ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ । ଏହି ବିକ୍ଷୋଭକୁ ଆର୍‌ଏସ୍‌ଏସ୍‌ର ବିକାଶ ବେହୁରିଆ, ଦୁର୍ଗା ଜେନା, ବିନୋଦ ତନ୍ତୀ, ଶୁରେଷ କିଷାନ, ଏସ୍‌. କେ ମଣ୍ଡଳ, କେ. ସି ସେଠୀ, ଅଖିଳ ପୃଷ୍ଟି, ରୁଦ୍ର ବେହେରା, ଆର୍‌ଏମ୍‌ଏସ୍‌ର ଅଜୟ ଦାସ, ସୁରେଶ ପଟ୍ଟନାୟକ, ପ୍ରଦୀପ ଦାସ, କୃପାନନ୍ଦ ନାୟକ, ବିଦେଶୀ ମୁନି, କୁଳମଣୀ ରାୟ, ସିଆଇଟିୟୁର ଯଜ୍ଞେଶ୍ଵର ସାହୁ, ପଦ୍ୟୋଷ ପରିଡା, ସଂଜୟ ନାୟକ, ପ୍ରଭାତ ମହାନ୍ତ, ବିଶ୍ୱଜିତ ମାଝୀ, ଶିବରାମ ବେହେରା, ସଂଗ୍ରାମ ସାମଲ ତଥା ଦେବାଶିଷ ଜେନା, ଆର୍‌ପି ବେହରା, ଅକ୍ଷୟ ରାଉତ, ଆଲୋକ ନାୟକ, ବିଶ୍ୱଜିତ ରାଉତରାୟ, ମନୋରଂଜନ ବେହେରା, କେ. ସି ଆଚାର୍ଯ୍ୟ, ଗୌରାଙ୍ଗ ପରିଜା ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.