csstore

‘କୋଶଳ ପ୍ରବାହ’ର ପ୍ରଭାବ : କୁଶଙ୍ଗ ଆଂଚଳିକ ମହାବିଦ୍ୟାଳୟର ପରିଚାଳନା ସଂପର୍କୀତ ଅଭିଯୋଗର ତଦନ୍ତ ପାଇଁ ୨୫ ତାରିଖ ଦିନ ଉଭୟ ପକ୍ଷକୁ ଉପସ୍ଥିତ ରହିବାକୁ ବଲାଙ୍ଗିର ଉପ ଜିଲ୍ଲାପାଳଙ୍କ ନୋଟିସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୨ ତାରିଖ ଦିନ କୁଶଙ୍ଗ ଆଂଚଳିକ ମହାବିଦ୍ୟାଳୟର ସୁପରିଚାଳନା ପାଇଁ ଗ୍ରାମବାସୀଙ୍କ ଉପ ଜିଲ୍ଲାପାଳଙ୍କୁ ଗୁହାରି’ ଶୀର୍ଷକରେ ଖବର ପ୍ରକାଶିତ ହେବା ପରେ ସଂପୃକ୍ତ ଅଭିଯୋଗର ତଦନ୍ତ ପାଇଁ ଆସନ୍ତା ୨୫ ତାରିଖ ଦିନ ଅପରାହ୍ନ ୪ଟା ସମୟରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗକର୍ତ୍ତା ସମୂହ ଓ କଲେଜ ଅଧ୍ୟକ୍ଷଙ୍କୁ ହାଜର୍‌ ହେବାକୁ ବଲାଙ୍ଗିର ଉପ ଜିଲ୍ଲାପାଳଙ୍କ ନୋଟିସ୍‌ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, କୁଶଂଗ ଆଂଚଳିକ ମହାବିଦ୍ୟାଳୟର ସୁପରିଚାଳନା ପାଇଁ ଗ୍ରାମବାସୀ ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଦିଆଯାଇଥିବା ଆବେଦନ ପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ, ମହତ୍‌ ଉଦ୍ଦେଶ୍ୟ ନେଇ ୧୯୯୧ରେ ଏକ କନିଷ୍ଠ ମହାବିଦ୍ୟାଳୟ ସେମାନେ ଖୋଲିଥିଲେ । କିନ୍ତୁ ଏହି ମହାବିଦ୍ୟାଳୟରେ ଏବେ ଶୈକ୍ଷିକ ବାତାବରଣ ତଥା ଅନ୍ୟାନ୍ୟ ପାରିପାଶ୍ୱିର୍କ ଅବସ୍ଥା ଠିକ୍‌ ନାହିଁ । ଏପରିକି ମହାବିଦ୍ୟାଳୟରେ ଦୀର୍ଘ ୪ ବର୍ଷ ହେଲା ଜଣେ ବରିଷ୍ଠ ଅଧ୍ୟାପକ ଯୋଗଦାନ କରିଥିଲେ ମଧ୍ୟ ବରିଷ୍ଠତା ଦୃଷ୍ଟିରୁ ତାଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର କରାଯାଇନାହିଁ ବୋଲି ଗ୍ରାମବାସୀମାନେ ଉଲ୍ଲେଖ କରିଥିଲେ । ତେବେ ଉପଜିଲ୍ଲାପାଳ ଏସବୁ ଅଭିଯୋଗକୁ ଆଖି ଆଗରେ ରଖି ତଦନ୍ତ ପାଇଁ ଆସନ୍ତା ୨୫ ତାରିଖ ଦିନ ଉଭୟ ପକ୍ଷଙ୍କୁ ହାଜର୍‌ ହେବାକୁ ନୋଟିସ୍‌ ଜାରି କରିଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.