csstore

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରତିବାଦରେ ବରଗଡ଼ ସହର ଓ ଆଖ ପାଖ ଅଞ୍ଚଳର ପେଟ୍ରୋଲ ପମ୍ପ ଗୁଡ଼ିକରେ ଲାଗି ଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟାନର ପୋଷ୍ଟରକୁ ଛିଣ୍ଡାଇ ଫିଙ୍ଗି ଦେଇଥିଲେ । ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜଙ୍କ ଆହ୍ବାନ କ୍ରମେ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ଦ୍ଵାରା ବରଗଡ଼ ସହରର ସମସ୍ତ ପେଟ୍ରୋଲ ପମ୍ପରେ ଜନତାଙ୍କ ଟିକସରେ ଲାଗିଥିବା ମୋଦିଙ୍କ ପୋଷ୍ଟର ଚିରାଗଲା । ଏଥିରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସର ଅଭିଷେକ ନାୟକ, ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସର ଗୌରବ ପତି, ସୁବ୍ରତ ନାଏକ, ପିକୁନ ନାଏକ, ଅମିତ ନାଏକ, ଅଭିଳାଷ ପତି, ରାହୁଲ ବାରିକ, ସୋନୁ ପାଣିଗ୍ରାହୀ, ଗୋପାଳ ବାଗ, ଅଜୟ ମାଝୀ, ଆରୀୟନ ବାଗ, ରଞ୍ଜନ କୁମାର, ସୁରେଶ ଠାକୁର, ସନ୍ତୋଷ ସାହୁ, ମନୋଜ କୁମାର ମହାନନ୍ଦ, ଦେବାଶିଷ ପ୍ରଧାନ, ଅଜୟ ମେହେର ଏବଂ ପ୍ରମୁଖ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଯଦି ଆଗାମୀ ଦିନରେ ପେଟ୍ରୋଲ ଡିଜେଲ ଗ୍ୟାସର ଦରଦାମ କମ କରାନଯାଏ ତାହା ହେଲେ ଜିଲ୍ଲାର ସମସ୍ତ ଜାଗାରେ ଧର୍ମେନ୍ଦ୍ର ପ୍ରଧାନକୁ କଲା ରଙ୍ଗ ଏବଂ କଲା ବ୍ୟାଜ ଦେଖେଇ ଦୃଢ଼ ବିରୋଧ ପ୍ରଦର୍ଶନ କରାଯିବ ବୋଲି କୁହାଯାଇଛି ।

jayashree
Leave A Reply

Your email address will not be published.