ସୁଦାମ ମେମୋରିଆଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ରେଙ୍ଗାଲି ଦଳ ସେମିଫାଇନାଲକୁ ପ୍ରବେଶ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମପଞ୍ଚାୟତର କବିଚନ୍ଦ୍ରପୁରଠାରେ ଆଜି ବୁଧବାର ୧୬ ଗୋଟି ଦଳକୁ ନେଇ ଆରମ୍ଭ ହୋଇଛି ସୁଦାମ ମେମୋରିଆଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଆଜି ପ୍ରଥମ ଦିନରେ ୩ଟି ମ୍ୟାଚ୍‌ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲାର ଯୁବ ନେତା ସମୀର ଚାନ୍ଦ, ସମାଜସେବୀ ପ୍ରଦିପ କୁମାର ସାହୁ, ସ୍ୱର୍ଗତ ସୁଦାମଙ୍କ ବାପା ଖୁସିରାମ ସାହୁ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଶେଷ ମ୍ୟାଚ୍‌ ରେଙ୍ଗାଲି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୬ ଓଭରରେ ୪ ୱିକେଟରେ ୬୫ ରନ୍‌ କରିଥିବା ବେଳେ କବିଚନ୍ଦ୍ରପୁର ୫ ୱିକେଟରେ ୪୫ ରନ୍‌ କରିଥିଲେ । ରେଙ୍ଗାଲି ଦଳ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି । ଆଜିର ମ୍ୟାଚ୍‌ରେ ଖେଳ ପରିଚାଳନା କରିଥିଲେ ଶେଷଦେବ ଜାଲ, ଆଦିତ୍ୟ ସେଲମା, ଡେଭିଡ ରଣା ଓ ଦେବାଶିଷ ବାଣୁଆଁ । ସ୍କୋରର୍‌ ଭାବେ ସିକୁ ରଣା ଓ ଡୋଳାମଣି ବିଶି ରହିଥିବାବେଳେ ମାଧବ ଭୋଇ ଓ ଯେମନ୍ତ କପାଟ ଧାରାବିବରଣୀ ପ୍ରଦାନ କରିଥିଲେ । ଏଥିରେ ଯୁବକ ସଙ୍ଘର ସଭାପତି ତେଜରାଜ ରଣା, ସମ୍ପାଦକ ରାଜେଶ ପାତ୍ର ସମେତ ସମସ୍ତ ସଦସ୍ୟମାନେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.

fourteen + 11 =