ଟିଟିଲାଗଡ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ୨୦ ତାରିଖରେ ଭୋଟ ଦେଇ ମତ ସାବ୍ୟସ୍ତ କରିବେ ଭୋଟର । ତେଣୁ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଟିଟିଲାଗଡ ପୋଲିସ ଓ ମିଲିଟାରି ଫୋର୍ସର ଏକ ଟିମ୍‌ ଶୁକ୍ରବାର ସଂଧ୍ୟାରେ ସହର ସାରା ପରିକ୍ରମା କରିବାର ଦେଖିବାକୁ ମିଳିଛି । ଥାନାଧିକାରୀ ଅବନୀ ସାହୁଙ୍କ ନେତୃତ୍ୱରେ ଟିଟିଲାଗଡ ଥାନାରୁ ବାହାରି ସହରର ଚାରିଆଡ଼େ ପରିକ୍ରମା କରିଥିଲେ । ଗୁରୁବାର ରାତିରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଥିଲା । ପୋଲିସ ପକ୍ଷରୁ ଏହି ଫ୍ଲାଗମାର୍ଚ୍ଚ କରିବା ଦ୍ୱାରା ଲୋକଙ୍କ ମନୋବଳ ଦୃଢ଼ ନିଶ୍ଚିତ ହେବ । ଶାନ୍ତିର ସହିତ ଭୋଟ ପରିଚାଳନା ପାଇଁ ଇଏ ଏକ ବାର୍ତ୍ତା କହିଲେ ଅତ୍ୟୁକ୍ତି ହେବନାହିଁ ।

Leave A Reply

Your email address will not be published.