ନକଲି ସୁନା ବନ୍ଧକ ଦେଇ ଲକ୍ଷାଧିକ ଟଙ୍କା ଋଣ ନେଇଥିଲେ : ବାନ୍ଧିଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ସୁନା ବନ୍ଧକ ଦେଇ ଲକ୍ଷାଧିକ ଟଙ୍କା ଋଣ ନେଇଥିଲେ । ବାନ୍ଧିଲା ବଲାଙ୍ଗିର ଟାଉନ୍‌ ପୋଲିସ । ସୂଚନା ଅନୁସାରେ ବଲାଙ୍ଗିର ଗାନ୍ଧୀନଗରପଡ଼ାରେ ଥିବା ଇସାଫ୍‌ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ଲକ୍ଷାଧିକ ଟଙ୍କା ଋଣ ନେଇଥିବା ଅଭିଯୋଗରେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଗିରଫ୍‌ ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ସଦର ଥାନା ବୀରମୁଣ୍ଡା ଗୋପାଳପୁର ଗ୍ରାମର ରାଜେନ୍ଦ୍ର ସନ୍ୟାସୀ, ଲୋଇସିଂହା ଥାନା ମନୁପାଲି ଗାଁର ବିଦ୍ୟାଧର ସାହୁ, ପୁରୁଣା ରାଜବାଟି ଅଂଚଳର ହାଡ଼ୁ ସେଲ୍‌ମା, ପୁଇଁତଲା ଥାନା ଜାନିପାଲିର ସୁମନ୍ତ ବାଗ ଓ ବଲାଙ୍ଗିର ବିଭୂତିପଡ଼ାର ବିଜୁ ମେହେର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତମାନେ ବ୍ୟାଙ୍କରେ ନକଲି ସୁନା ଦେଇ ୧୨ ଲକ୍ଷ ୫୦ ହଜାର ଟଙ୍କା ଋଣ ନେଇଥିବା ବ୍ୟାଙ୍କ ପରିଚାଳକ ଗୌତମ ରୋହିଦା ଗତ ୨୬ ତାରିଖରେ ଟାଉନ୍‌ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ମାମଲା ରୁଜ୍ଜୁ କରି ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କରିଛି । ଏ ସଂପର୍କରେ ଆଇଆଇସି ବିଶ୍ୱଜିତ ମନବୋଧ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

2 × one =