ଡେଙ୍ଗ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ୱରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ କୃପାସିନ୍ଧୁ ମିଶ୍ର ସଂଯୋଜନା ଓ ବିଜ୍ଞାନ ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ ପରିଚାଳନା କରିଥିଲେ । ନୋବେଲ ପୁରସ୍କାର ପ୍ରାପ୍ତ ସି ଭି ରମଣଙ୍କ ଫଟୋଚିତ୍ରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇ ବିଜ୍ଞାନର ଉପାଦେୟତା ଓ ମାନବ ଜାତି ପାଇଁ ବିଜ୍ଞାନର ଅବଦାନ ବିଷୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମତବ୍ୟକ୍ତ କରିଥିଲେ । ଚଳିତ ବର୍ଷର ବିଷୟବସ୍ତୁ “ବିକଶିତ ଭାରତ ପାଇଁ ସ୍ୱଦେଶୀ ଟେକ୍ନୋଲୋଜି” ଆଲୋଚନା ହୋଇଥିଲା । ଏହି ଅବସରରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମ ସ୍ଥାନ ଦିଲେଶ୍ଵର ସାହୁ, ଦ୍ଵିତୀୟ ସ୍ଥାନ ସୁମନ୍ତ ବାରିକ, ତୃତୀୟ ସ୍ଥାନ ଶ୍ରଦ୍ଧାଞ୍ଜଳି ରଣା ଓ ଶ୍ରୀୟା ରଣା ଅଧିକାର କରିଥିବାରୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟରେ ହିନ୍ଦୀ ଶିକ୍ଷୟିତ୍ରୀ ତପସ୍ୱିନୀ ପଟେଲ ଓ ଖେଳ ଶିକ୍ଷୟିତ୍ରୀ ଶିବାନୀ ମଲ୍ଲିକ ଯୋଗଦେଇ ଥିବାରୁ ଅନୁଷ୍ଠାନ ତରଫରୁ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ବିଜ୍ଞାନ ଶିକ୍ଷକ ଦୀପକ ସେନ ଧରୁଆ ଓ ଲିଙ୍ଗରାଜ ନନ୍ଦଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରକଳ୍ପ ପ୍ରଦର୍ଶନ କାର୍ଯ୍ୟ । କାର୍ଯ୍ୟକ୍ରମରେ ଶିକ୍ଷକ ରାମ ନାରାୟଣ ଦାଶ, ସୁଦର୍ଶନ ଦାଶ, ସମୀର ସେଠି, ହିମାଂଶୁ ବିଶ୍ୱାଳ, ଶିକ୍ଷୟିତ୍ରୀ ରେଣୁକା ସାହୁ, ଦ୍ରୌପଦୀ ଭୋଇ, କାନ୍ତି ଭୋଇ ଉପସ୍ଥିତ ହୋଇ ସହଯୋଗ କରିଥିଲେ । ସଭା ଶେଷରେ ନବମ ଶ୍ରେଣୀର ଛାତ୍ର ଈଶ୍ୱର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

fourteen − 5 =