pakka

ପୋଲ ତଳକୁ ଖସି ଗଲା ବାଇକ୍‌ : ୧ ମୃତ, ୧ ଗୁରୁତର

bbehera

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦାରୀ ପୋଲ ନିକଟରେ ପୋଲ ତଳକୁ ଖସି ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଧୀନସ୍ଥ ରାମଚନ୍ଦ୍ରପୁର ଗ୍ରାମର ଭାଗୀରଥି ପଣ୍ଡା(୪୫) ବୋଲି ଜଣାପଡିଛି । ଅନ୍ୟ ଜଣେ ଯୁବକ ସୁଶାନ୍ତ ବେହେରା ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଭାଗୀରଥି ଓ ସୁଶାନ୍ତ ଧାମରାରୁ ବାସୁଦେବପୁର ଦେଇ ବାଇକ୍‌ରେ ଘରକୁ ଫେରୁଥିଲେ । ମନ୍ଦାରୀଠାରେ ନିର୍ମାଣାଧୀନ ପୋଲ ତଳକୁ ଅସାବଧାନବଶତଃ ଖସିପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ଭାଗୀରଥିଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ସୁଶାନ୍ତଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

18 + nine =

error: Content is protected !!