pakka

୭୪ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ

bbehera

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୋଲିସ ଦ୍ୱାରା ୭୪ କେଜି ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କଲା ଦିଗପହଣ୍ଡି ପୋଲିସ । ଖଡ଼ିଆଳ ପୋଲିସ ରାତ୍ରିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ଗଞ୍ଜେଇକୁ ଜବତ କରିଥିଲା । ଗଞ୍ଜେଇ ଜବତ କରାଯାଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ ପୋଲିସ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀମାନେ ରାତ୍ରି ପାଟ୍ରୋଲିଂ କରୁଥିବା ବେଳେ ଏକ ୱ୍ବଗନର କାର ପୋଲିସ ଗାଡିକୁ ଦେଖି ଭୟରେ କଣ୍ଟାବାଞ୍ଜି ରାସ୍ତାରେ ପଲାଉଥିଲା । ପୋଲିସ ଟିମ୍ ଉକ୍ତ ଗାଡିର ପିଛା କରିଥିଲେ । ଗାଡ଼ିଟି ଦୃତ ଗତିରେ ଥିବାରୁ ଭାରସାମ୍ୟ ହରାଇ ଅମଲାପାଲି ବୁଲାଣି ପାଖରେ ଓଲଟି ପଡିଥିଲା । ଏହା ପରେ ଘଟଣାସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିଥିବା ବେଳେ ଗାଡିରେ ଥିବା ସଞ୍ଜୟ କୁମାର ପୋଲିସ ହାତରେ ଧରାପଡିଥିଲା । ଗିରଫ ସଞ୍ଜୟର ଘର ଉତ୍ତର ପ୍ରଦେଶ ବୋଲି ଜଣାପଡିଛି । ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଛି । ଗାଡି ଭିତରେ ଥିବା ୪ ବସ୍ତା ଗଞ୍ଜେଇ ପୋଲିସ ଜବତ କରିଛି । ଜବତ ହୋଇଥିବା ୭୪ କେଜି ଗଞ୍ଜେଇର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏନେଇ ଖଡ଼ିଆଳ ଥାନାରେ କେଶ ନମ୍ବର ୬୨/୨୨ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନିଲ କୁମାର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

19 − 8 =

error: Content is protected !!