pakka

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଢ ନିନ୍ଦା କଲେ ନିର୍ବାଚନ କମିଶନ

bbehera

ଯାଜପୁର : ଯାଜପୁର ଜିଲ୍ଲାର ବିଞ୍ଜାରପୁର ବ୍ଲକରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିର୍ବାଚନ କମିଶନ ଦୃଢ ଭାବରେ ନିନ୍ଦା କରିଛନ୍ତି । ପୋଲିସ ଡିଜି ଏହି ଘଟଣାର ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି ନିର୍ବାଚନ କମିଶନର ।

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ନିର୍ବାଚନର ଅନ୍ୟ ପର୍ଯ୍ୟାୟ ଭଳି ଆଜି ମଧ୍ୟ ଅନେକ ସ୍ଥାନରେ ହିଂସା ଏବଂ ସାମ୍ବାଦିକ ଭାଇଙ୍କ ଉପରେ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ସାମ୍ବାଦିକଙ୍କ ଉପରେ ଅମାନୁଷିକ ଆକ୍ରମଣର ଦୃଶ୍ୟ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଛି । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲାର ବିଂଝାରପୁର ଥାନା ଅନ୍ତର୍ଗତ ବାଛୋଳ ପଂଚାୟତର ବାମଦେବପୁର ସ୍କୁଲ ନିକଟରେ କେତେକ ଦୁର୍ବୃତ୍ତ ଭୋଟ ବାକ୍ସ ଲୁଟ୍ କରି ଏକ ପୋଖରୀ (ବନ୍ଧ)ରେ ଫିଙ୍ଗୁଥିବା ବେଳେ ଅର୍ଗସ ଟିଭି ସାମ୍ବାଦିକ ଗୁଲସନ ନବାଜ ଫଟୋ ଉତ୍ତୋଳନ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଛି । ଏହା ସହିତ ସାଂବାଦିକ ଦେବାଶିଷ ସାହୁ, ବିଜୟ ସାହୁ, ହିମାଂଶୁ ଶେଖର ପାଢ଼ୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତମାନେ । ଏପରିକି ସାମ୍ବାଦିକ ମାନଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି ।

jay balangir
Leave A Reply

Your email address will not be published.

three × 5 =

error: Content is protected !!