ଫଳ ଚାରା ବଣ୍ଟନ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପଲ୍ଲୀ ସସ୍କୃତି କଳା ପରିଷଦ, ଟିପୁରି ଆନୁକୂଲ୍ୟରେ ଫଳ ଚାରା ବିତରଣ କାର୍ଯ୍ୟକ୍ରମ ଡେଲାଙ୍ଗ ପଞ୍ଚାୟତ ସମିତି ପରିସରରେ ଅନୁଷ୍ଟିତ ହୋଇଯାଇଛି । ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ ଏହି ଫଳ ଚାରା ବଣ୍ଟନର ଶୁଭାରମ୍ଭ କରିଥିଲେ । ଅମୃତଭଣ୍ଡା, ଆମ୍ବ, ଅଁଳା, ପଣସ, ପିଜୁଳି, ଡାଳିମ୍ବ ଆଦି ବିଭିନ୍ନ ପ୍ରକାର ଚାରିଶହ ପଚାଶ ଗୋଟି ଚାରା ଡେଲାଙ୍ଗ ଅଞ୍ଚଳର ସ୍ୱୟଂ ସାହାୟକ ଗୋଷ୍ଠୀର ସଦସ୍ୟା, ମିଶନ ଶକ୍ତି ମହାସଂଘର ସଭ୍ୟା ଓ ଚାଷୀମାନଙ୍କୁ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ତଥା ପରିବେଶବିତ ଅପର୍ତ୍ତି ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସୂଚାରୁରୂପେ ପରିଚାଳନା କରାଯାଇଥିଲା । ଏଥିରେ ପରିଷଦର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ସେହିପରି ଉଦ୍ୟାନ ବିଭାଗ ପକ୍ଷରୁ ଚାଁଈପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡାଙ୍କ ତତ୍ଵାବଧାନରେ ନଡ଼ିଆ ଚାରା ଚାଷୀମାନଙ୍କୁ ବଣ୍ଟନ କରିଥିଲେ ।

Leave A Reply

Your email address will not be published.

15 − 4 =