ଅନୁଗୁଳରେ ୧୦ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲା ବାଲିପଟା ପଞ୍ଚାୟତ ବାଳିକା ହାଇସ୍କୁଲର ଛାତ୍ରୀ ନିବାସରେ ରହୁଥିବା ୧୦ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବାଲିପଟା ପଞ୍ଚାୟତ ହାଇସ୍କୁଲରେ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ଏଥିରେ ୧୫୦ଜଣ ପିଲାଙ୍କ ଆଣ୍ଟିଜେନ୍ ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହାଇସ୍କୁଲର ଛାତ୍ରୀନିବାସରେ ଏମାନେ ରହୁଥିବା ବେଳେ ଆରଟିପିସିଆର ପାଇଁ ସେମାନଙ୍କ ସାମ୍ପୁଲ ପଠାଯାଇଛି । ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି । ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ଛାତ୍ରୀମାନେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ମଧ୍ୟ ଆଇସୋଲେସନରେ ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.

sixteen + twelve =