ପାୱାର ସଚିନ ପ୍ରକାଶ କଳାହାଣ୍ଡି ନୂଆ ଜିଲ୍ଲାପାଳ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳ ବଦଳ ହୋଇଛି । କଳାହାଣ୍ଡିର ନୂତନ ଜିଲ୍ଲାପାଳ ଭାବେ ପାୱାର ସଚିନ ପ୍ରକାଶ ଯୋଗଦେବେ । ସଚିନ ପ୍ରକାଶ ଏବେ ମାଲକାନଗିରିରେ ଜିଲ୍ଲାପାଳ ଅଛନ୍ତ । ଶ୍ରୀ ପାୱାର ପୂର୍ବରୁ ୨୦୨୨ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଉପଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ କଳାହାଣ୍ଡି ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା କଳାହାଣ୍ଡି ଜିଲ୍ଲା ଉନ୍ନୟନ ଅଧିକାରୀ ଭାବେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିଲେ । ପରେ ପଦୋନ୍ନତି ପାଇ ମାଲକାନଗିରି ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ । କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.