ପରୀକ୍ଷା ଦେଲାନି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ

ବଲାଙ୍ଗିର : ପରୀକ୍ଷା ଦେଲାନି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ । ଏପରି ଏକ ଖବର ଏବେ ସାମ୍ନାକୁ ଆସିଛି । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ବୁଧବାର ପରୀକ୍ଷା ଦେଇନଥିବା ବେଳେ ଶାରୀରିକ ଅସୁସ୍ଥତା ଥିବା ଦର୍ଶାଇ ସେ ତାଙ୍କର ତୃତୀୟ ସେମିଷ୍ଟାର ପରୀକ୍ଷା ଦେଇନଥିବା ଜଣାପଡିଛି । ସେ ପୂର୍ବରୁ ଜେଲ ଭିତରେ ଦୁଇଟି ସେମିଷ୍ଟାର ଦେଇଥିବା ବେଳେ ସେଥିରେ ଭଲ ମାର୍କ ଆଣିଥିଲେ । ହେଲେ ଏଥରକ ପରୀକ୍ଷା ଦେବେ ନାହିଁ ବୋଲି ନିଜ ଜିଦ୍‌ରେ ଅଡି ବସିଥିଲେ । ତେବେ ବୁଧବାର ତାଙ୍କର ପରୀକ୍ଷା ନେବାକୁ କର୍ତ୍ତୃପକ୍ଷ ଆସିଥିଲେ ମଧ୍ୟ ପୁଞ୍ଜିଲାଲ ପରୀକ୍ଷା ଦେବେ ନାହିଁ ବୋଲି କହିଥିଲେ ।

Leave A Reply

Your email address will not be published.

four + 6 =