ପ୍ରାକୃତିକ କୃଷି ସମ୍ବନ୍ଧୀୟ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ଥିତ ପ୍ରାକୃତିକ ପ୍ରଶିକ୍ଷଣ ଅନୁଷ୍ଠାନର ଦ ହ୍ୟୁମାନ ଡେଭଲପମେଣ୍ଟ ଆନୁକୁଲ୍ୟରେ ପ୍ରାକୃତିକ କୃଷି ସମ୍ବନ୍ଧୀୟ ଏକ ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଏଫ୍ ଇ ଏସ ର ମାଷ୍ଟର ଟ୍ରିନର ଡକ୍ଟର୍ ଅଭୟ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଅଂଶ ଗ୍ରହଣ କରିଥିଲେ ଏବଂ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ସଂଯୋଜକ ଜଗଦୀଶ ନାୟକ, ସହ ସାଯୋଜକ ମୁକେଶ ଯୋଶୀ ଉପସ୍ଥିତ ରହି ତଳିମର୍ଥିମାନଙ୍କୁ ନିଜ ଗାଁରେ ସଫଳ କରିବାକୁ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଆଗଲପୁର ଓ ଲୋଇସିଂହା ବ୍ଲକର ୪୦ ଜଣ ସି ଆର୍ ପି ଅଂଶଗ୍ରହଣ କରିଥିଲେ ।ତାଲିମ୍ ଦାତା ଭାବେ ଜନ୍ମଜୟ ଯୋଶୀ, ଇନ୍ଦୁଭୁସନ୍ ମଲ୍ଲିକ ଓ ଡକ୍ଟର ଅଭୟ ତ୍ରିପାଠୀ ପ୍ରାକୃତିକ କୃଷି କଣ, ପ୍ରାକୃତିକ କୃଷିର ଉପାଦାନ, ମୃତ୍ତିକା ଓ ଜଳର ସଂରକ୍ଷଣ ଏବଂ ,ପରିଚାଳନା, ବିହନ ବିଶୋଧନ, ଓ ଉପଚାର, ପ୍ରାକୃତିକ ପଦ୍ଧତି ଦ୍ୱାରା ରୋଗ, ପୋକ ନିୟନ୍ତ୍ରଣ, ପର୍ଯ୍ୟୟ ଫସଲ, ସବୁଜ ସାର, ଜୀବାଣୁ ସାର, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପ୍ରାକୃତିକ ଜୀବାଣୁ ସାର ପ୍ରୟୋଗରେ ସି ଆର୍ ପିମାନଙ୍କର ଭୂମିକା, ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ । ତାଲିମ୍ ପରିଶେଷରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବାବୁଲି ଚନ୍ଦ୍ର ସେଠୀ, ଯୋଜନା ଅଧିକାରୀ ସୁଧାକର ନନ୍ଦ ଓ ସୁନନ୍ଦା ସାହୁ ଉପସ୍ଥିତ ରହି ପ୍ରାକୃତିକ କୃଷିର ଉଦ୍ଦେଶ୍ୟ ଉପରେ ଓ ପରିବେଶ ପାଇଁ ପ୍ରାକୃତିକ କୃଷିର ଆବଶ୍ୟକତା ଉପରେ ଆଗଲପୁର ଓ ଲୋଇସିଂହା ବ୍ଲକର ନିଜ ଅଞ୍ଚଳରେ ସଫଳ କରିବା ପାଇଁ ଗୁରୁତ୍ଵ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.