csstore

ଅଜଣା ରୋଗରେ ପୀଡିତ ଦିବ୍ୟାଙ୍ଗଙ୍କୁ ଭେଟି ଚିକିତ୍ସା ପାଇଁ ଆଲୋଚନା କଲେ କଣ୍ଟାବାଞ୍ଜି ବିକାଶ ପରିଷଦ କର୍ମକର୍ତ୍ତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ସନ୍ଧିସର ଗାଁର ଜଣେ ଦିବ୍ୟାଙ୍ଗ ଯୁବତୀ ମିଥିଲା ହଂସ ଦୀର୍ଘ ବର୍ଷ ହେବ ଅଜଣା ରୋଗରେ ପୀଡିତ ଥିବା ନେଇ ଆଜି କଣ୍ଟାବାଞ୍ଜି ବିକାଶ ପରିଷଦ ଆବାହକ ଅଜୟ ଦାସଙ୍କ ନେତୃତ୍ୱରେ ଭେଟି ଚିକିତ୍ସା ସମ୍ପର୍କରେ ଆଲୋଚନା କରିବା ସହ କିପରି ଭାବେ ତାଙ୍କୁ ଆବଶ୍ୟକ ଚିକିତ୍ସା ମିଳି ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଦୀର୍ଘ ଦିନ ହେଲା ଶଯ୍ୟାଶାୟୀ ହୋଇ ପଡ଼ିଥିବା ବେଳେ ଅଜଣା ରୋଗରେ ଛଟପଟ ହେଉଛନ୍ତି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କପିଲାଭଟା ସମିତି ସଭ୍ୟ କେଦାର ଭୋଇ, ଦୁର୍ଦ୍ଦକ୍ଷ ହଂସ, ଧର୍ମେନ୍ଦ୍ର ଦାସ, ଶ୍ୟାମ ବଗର୍ତ୍ତି, ହେମନ୍ତ ହଂସ, ବିଶ୍ୱଜିତ ହଂସ ପ୍ରମୁଖ ସାମିଲ ହୋଇଥିଲେ । ସୂଚନା ଅନୁସାରେ, ତାଙ୍କ ବାପା ଦୀର୍ଘ ୨୦ ବର୍ଷ ହେବ ଆରପାରିକୁ ଚାଲି ଯାଇଥିବା ବେଳେ ଘରେ ମା’ ଗୋମତିଙ୍କ ସହ ରହୁଛନ୍ତି ।

jayashree
Leave A Reply

Your email address will not be published.