ଆଗଲପୁର ତହସିଲ କର୍ମଚାରୀଙ୍କ କଳା ବ୍ୟାଚ୍‌ ପରିଧାନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଅମଲା ସଂଘର ନିଷ୍ପତ୍ତି ଅନୁସାରେ ଆଗଲପୁର ତହସିଲ କାର୍ଯ୍ୟାଳୟର କର୍ମଚାରୀ କଳା ବ୍ୟାଚ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ସେମାନଙ୍କର ଦାବୀ ତାଙ୍କର ଗ୍ରେଡପେ ୪୨୦୦କୁ ବୃଦ୍ଧି କରାଯାଉ ଓ ଦୀର୍ଘ ବର୍ଷ ହେଲା ରାଜ୍ୟ ସରକାର ବୈମାତୃକ ମନୋଭାବ ରଖୁଥିବା ଅଭିଯୋଗ ହୋଇଛି । କଳା ବ୍ୟାଚ୍‌ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଥିବା କର୍ମଚାରୀମାନେ ହେଲେ ସେକସନ୍‌ ଅଫିସର ଲମ୍ବୋଦର ଭୋଇ, ବରିଷ୍ଠ ରାଜସ୍ୱ ସହାୟକ ଯୋଗିନ୍ଦ୍ର ସେଠ, ବରିଷ୍ଠ ରାଜସ୍ୱ ସହାୟକ ରାଧା ମାଧବ ସା’, କନିଷ୍ଠ ରାଜସ୍ୱ ସହାୟକ ମୂରଲୀଧର ସୁନା ଓ କନିଷ୍ଠ ରାଜସ୍ୱ ସହାୟକ ନୀଳମାଧବ ନାୟକ । ଉକ୍ତ କର୍ମଚାରୀମାନେ ତାଙ୍କର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ୍‌ ପିନ୍ଧି କାର୍ଯ୍ୟରେ ଯୋଗଦେବେ ଓ ଏହି ସମୟ ସୀମା ଭିତରେ ଦାବୀ ପୂରଣ ନହେଲେ ଆସନ୍ତା ଜୁନ୍‌ ୧ ତାରିଖଠାରୁ ସମୁହ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

four × 3 =