jayashree

ଡେପୁଟି ସେକ୍ରେଟାରୀଙ୍କ କ୍ଷେତ୍ର ପରିଦର୍ଶନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଶା ସରକାରଙ୍କ ଡେପୁଟି ସେକ୍ରେଟାରୀ ଜୀବନ କୁମାର ରାଉତ ଲୋଇସିଂହା ବ୍ଲକ ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତକୁ କ୍ଷେତ୍ର ପରିଦର୍ଶନରେ ଆସିଥିବା ଜଣାଯାଇଛି । ଏହି ସମୟରେ ସ୍ଥାନୀୟ ସରପଂଚ ଲକ୍ଷ୍ମୀ ପଧାନ୍, ବ୍ଲକ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢ଼ୀ, କନିଷ୍ଠ ଯନ୍ତ୍ରୀ କେଦାରନାଥ ମେହେର, ବିଆରସି ଛବିଳ କୁମ୍ଭାର, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରହ୍ଲାଦ ବେହେରା, ଏଡିଇଓ ଜିତେନ୍ଦ୍ରିୟ ସାହୁ, ସମାଜ ସେବୀ ଯୁଧିଷ୍ଟିର ପଧାନଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ ଓ ମା’ ଲକ୍ଷ୍ମୀ ଏସ୍‌ଏଚ୍‌ଜି ସଦସ୍ୟା ଉପସ୍ଥିତ ଥିଲେ । ଶ୍ରୀ ରାଉତ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ତଥା ଉନ୍ନୟନ କାର୍ଯ୍ୟଗୁଡ଼ିକ ପରିଦର୍ଶନ କରିବା ସହିତ ସରପଞ୍ଚ ଏବଂ ଉପସ୍ଥିତ ସରକାରୀ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ପୂର୍ବରୁ ପୁରସ୍କୃତ ହୋଇଥିବା ବୁଢ଼ୀପଦର ପଞ୍ଚାୟତର ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକ ପରିଦର୍ଶନ କରି ଶ୍ରୀ ରାଉତ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିବା ସହିତ ଏକ ମଡେଲ ଗ୍ରାମ ପଞ୍ଚାୟତ ଭାବେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.