jayashree

ରାଉରକେଲା କଲେଜରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ, ସ୍ୱପ୍ନାରାଣୀ ସଭାପତି ନିର୍ବାଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରାଉରକେଲା କଲେଜ, ରାଉରକେଲାର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ ପାଇଛି । ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ସଂଖ୍ୟା ୧୮୨୨ ଅନୁଯାୟୀ ଏହି ଫଳ ଘୋଷଣା କରାଯାଇଛି । ପ୍ରକାଶିତ ଫଳ ଅନୁଯାୟୀ କଲେଜ ୟୁନିଅନର ସଭାପତି ଭାବେ ୟୁଜି ତୃତୀୟ ବର୍ଷ କଳାର ସ୍ୱପ୍ନାରାଣୀ ସାହୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ଭାବେ ଅନିମା ମୁଣ୍ଡା, ଉପ-ସଭାପତି ଭାବେ ଚନ୍ଦନ କୁମାର ସାଓ ଏବଂ ସହ-ସମ୍ପାଦକ ଭାବେ ମହିମା ଆଶ୍ରିତା ଜେନା ନିର୍ବାଚିତ ହୋଇଛନ୍ତି। ଆଥଲେଟିକ୍ ଆସୋସିଏସନ ସମ୍ପାଦକ ଭାବେ ଭାଗ୍ୟଶ୍ରୀ ଭୂମିଜ ନିର୍ବାଚିତ ହୋଇଥିବା ବେଳେ ସହ-ସମ୍ପାଦକ ଭାବେ ସାହିଲ ନାୟକ ନିର୍ବାଚିତ ହୋଇଛନ୍ତି । ସେହିପରି ବଏଜ୍ କମନ ରୁମ୍ ସମ୍ପାଦକ ଭାବେ ବିରଞ୍ଚି ବାରିକ୍, ଡେ ସ୍କଲାର୍ସ ଆସୋସିଏସନ ସମ୍ପାଦକ ଭାବେ ତୃପ୍ତିଲତା ଶତପଥୀ ନିର୍ବାଚିତ ହୋଇଛନ୍ତି ଏବଂ ସହ-ସମ୍ପାଦକ ଭାବେ ସୁମିତ ରାୟ ରହିଛନ୍ତି । ଡ୍ରାମା କ୍ଲବ ସମ୍ପାଦକ ଭାବେ କାହ୍ନା ପ୍ରସାଦ ମହାରଣା, ସହ-ସମ୍ପାଦକ ଭାବେ ସାହିଲ ପ୍ରଧାନ, ଗାର୍ଲସ କମନ ରୁମ୍ ସମ୍ପାଦକ ଭାବେ ଶ୍ୱେତା ତିର୍କୀ ଏବଂ ସୋସିଆଲ ସର୍ଭିସ ଗିଲ୍ଡ ସମ୍ପାଦକ ଭାବେ ସୋହମ ବେନି ନିର୍ବାଚିତ ହୋଇଛନ୍ତି । ମୋଟ ୧୩ଟି ପଦବୀ ମଧ୍ୟରୁ ୬ ଜଣ ଭୋଟ ମାଧ୍ୟମରେ ନିର୍ବାଚିତ ହୋଇଥିବା ବେଳେ ୭ ଜଣ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ନବ ନିର୍ବାଚିତ ସମସ୍ତ ପ୍ରତିନିଧିଙ୍କୁ ଅଧ୍ୟକ୍ଷ ଓ ଅଧ୍ୟାପକମଣ୍ଡଳୀ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.