jayashree

ଲୋଇସିଂହା କଲେଜ ଛାତ୍ର ସଂସଦ ନିର୍ବାଚନ : ସଭାପତି ରୀମା ଓ ସମ୍ପାଦକ ଭାବେ ସୁମନ୍ତ ନିର୍ବାଚିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା କଲେଜ ଛାତ୍ର ସଂସଦ ନିର୍ବାଚନରେ ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀ ରୀମା ଭୋଇ ଏବଂ ସାଧାରଣ ସମ୍ପାଦକ ଭାବେ ଛାତ୍ର କଂଗ୍ରେସ ସମର୍ଥିତ ପ୍ରାର୍ଥୀ ସୁମନ୍ତ କର୍ଣ୍ଣ ନିର୍ବାଚିତ ହୋଇଛନ୍ତି । ସୁଶ୍ରୀ ରୀମା ୨୬୬ ଖଣ୍ଡ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଅମିତ୍ କର୍ଣ୍ଣଙ୍କୁ ୧୦ଟି ଭୋଟ ବ୍ୟବଧାନରେ ହରାଇ ବିଜୟୀ ହୋଇଛନ୍ତି । ସଭାପତି ପଦରେ ମାତ୍ର ୧୦ ଖଣ୍ଡ ଭୋଟରେ ପରାଜିତ ହେବା ପରେ ଛାତ୍ର କଂଗ୍ରେସ ପକ୍ଷରୁ ପୁନଃ ଗଣତି ପାଇଁ କଲେଜ ଅଧ୍ୟକ୍ଷ ଓ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରାଯାଇଛି । ଭୋଟ ଗଣତିରେ ବିଳମ୍ବକୁ ନେଇ କଲେଜ ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଏପରିକି ନିର୍ବାଚନ ଫଳାଫଳକୁ ନେଇ ଛାତ୍ର କଂଗ୍ରେସ ସମର୍ଥକ ମାନେ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ନାରାବାଜି କରିଥିଲେ । କଲେଜ୍ ଅଧ୍ୟକ୍ଷ ଦେବଦତ୍ତ ଗୁରୁ ଆନ୍ଦୋଳନରତ ଛାତ୍ରମାନଙ୍କ ସହିତ ଆଲୋଚନା କରି ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଅଣାଯାଇଥିବା ସୂଚନା ଦେବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା । ସେହିପରି ଉପସଭାପତି ଭାବେ ଛାତ୍ର କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ଓ ସାଂସ୍କୃତିକ ସମ୍ପାଦକ ଭାବେ ସବନମ୍‌ ତାଣ୍ଡି ନିର୍ବାଚିତ ହୋଇଛନ୍ତି । ଅପରପକ୍ଷେ କ୍ରୀଡା ସମ୍ପାଦକ ଭାବେ ବିଜେପି ତଥା ଏବିଭିପି ସମର୍ଥିତ ପ୍ରାର୍ଥୀ ପ୍ରୀୟଂଶୁ ସାହୁ ବିଜୟୀ ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.