ବଲାଙ୍ଗିର ସଦର ଥାନାକୁ ପରିଦର୍ଶନ କଲେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରର ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ ସଦର ଥାନାକୁ ପରିଦର୍ଶନ କରିଥିଲେ । ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ ପରିଦର୍ଶନ କରି ପୋଲିସ୍ ଷ୍ଟେସନର ଉପସ୍ଥିତ ଅଧିକାରୀମାନଙ୍କ ସହ ରାଷ୍ଟ୍ର ନିର୍ମାଣରେ ପୋଲିସର ଦାୟିତ୍ୱ କେମିତି ରହିଛି ସେ ଉପରେ ଆଲୋଚନା କରିବା ସହ ସଦର ଏସ୍‌ଡିପିଓ ତୋଫାନ ବାଗ ଓ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ଅନ୍ତେବାସୀମାନଙ୍କୁୁ ରାଷ୍ଟ୍ର ନିର୍ମାଣ ସଂପର୍କରେ ପୋଲିସର କର୍ତ୍ତବ୍ୟ କ’ଣ ରହିଛି ଓ କିପରି ଭାବେ ପୋଲିସ ନିଜର ଦାୟିତ୍ୱ ନିର୍ବାହ କରୁଛି ସେ ବିଷୟରେ ବୁଝାଇଥିଲେ ।

Leave A Reply

Your email address will not be published.

7 + 6 =