csstore

ପବିତ୍ର ବିଜୟାଦଶମୀ ଓ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବଜରଙ୍ଗ ଦଳ ତରଫରୁ ପବିତ୍ର ବିଜୟାଦଶମୀ ଉପଲକ୍ଷେ ସ୍ଥାନୀୟ ଭଗବତୀ ମନ୍ଦିର ଠାରେ ଜିଲ୍ଲା ସଂଯୋଜକ ସୌମ୍ୟରଞ୍ଜନ ମିଶ୍ରଙ୍କ ସଂଯୋଜନାରେ ପବିତ୍ର ବିଜୟାଦଶମୀ ଓ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ଵ ହିନ୍ଦୁ ପରିଷଦର ଓଡିଶା ପଶ୍ଚିମ ପ୍ରାନ୍ତ ସହ ପ୍ରଚାର ପ୍ରସାର ପ୍ରମୁଖ ପବିତ୍ର କୁମାର ଦାଶ, ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବରିଷ୍ଠ ସ୍ଵୟଂ ସେବକ ଦୟାନିଧି କରଣ ଏବଂ ବଜରଙ୍ଗ ଦଳର ସନ୍ମୟ ଦାଶ, ବିକ୍ରମ ଶତପଥୀ, ଦୀପକ ବେହେରା, ବେଦାନ୍ତ ବେଜ୍, ରାଜେଶ ପଧାନ, ଧୀରେନ୍ଦ୍ର ପଣ୍ଡା, ବାଦଲ ସାହୁ, ଭାସ୍କର ରାଓ, ମଣ୍ଟୁ ପୋଢ଼, ମିଥୁନ ପୋଢ଼, ପିଣ୍ଟୁ ବରାଇ, ରାକେଶ ପଧାନ, ଜୟ ପଟ୍ଟନାୟକ, ବିକାଶ ତ୍ରିପାଠୀ, ବାବୁ ସ୍ଵାଇଁ, ନିତେଶ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.