ବରିଷ୍ଠ ନାଗରିକଙ୍କ ପରଲୋକ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବୀଣାଝରୀ ଗ୍ରାମର ବରିଷ୍ଠ ନାଗରିକ ଚୈତନ ଚରଣ ସାହୁଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିବା ବେଳେ ସେ ଦୀର୍ଘ ଦିନ ହେବ ବୟସାଧିକ ହେତୁ ଶଯ୍ୟାଶାୟୀ ଥିଲେ । ସେ ମୁକୁନ୍ଦପୁର ପାଟଣା ଗ୍ରାମ ପଞ୍ଚାୟତ ପରିଚାଳିତ ସାପ୍ତାହିକ ଘଟଗାଁ ହାଟର ପୂର୍ବତନ ଜଣେ ନିଲାମ ଧାରୀ ଭାବେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ସେ ମଧ୍ୟ ଜଣେ ପରୋପକାରୀ ବ୍ୟକ୍ତି ଥିବାରୁ ଅଞ୍ଚଳରେ ଶୋକ ପ୍ରକାଶ ପାଇଥିବା ବେଳେ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ପାଟ ସାହୁ, କନିଷ୍ଟ ପୁତ୍ର ବିଜୟ କୁମାର ସାହୁ, ପୁତ୍ର ବଧୁ, ନାତି ସ୍ୱାଧୀନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବନ୍ଧୁ ବାନ୍ଧବ ଓ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ପହଂଚି ଶେଷ ଦର୍ଶନ କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ମୁକୁନ୍ଦପୁର ପାଟଣା ସରପଞ୍ଚ ଅର୍ଣ୍ଣପୁର୍ଣ୍ଣା ଦେହୁରୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

fifteen + 14 =