
ବ୍ରହ୍ମପୁର, (କେପିଏନ୍ଏସ୍) : ସମାଜସେବୀ ତଥା ଅବସରପ୍ରାପ୍ତ ବରିଷ୍ଠ ଅର୍ଥ ଅଧିକାରୀ ପ୍ରଭାତ କୁମାର ରଥଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ଜଣେ ବନ୍ଧୁବତ୍ସଳ, ସରଳ ବିଶ୍ୱାସୀ, ପରୋପକାରୀ ଭାବେ ବେଶ ଜଣାଶୁଣା ଥିଲେ । ସ୍ୱର୍ଗତ ରଥ ବ୍ରହ୍ମପୁରର ବିଶିଷ୍ଠ ପୁସ୍ତକ ବ୍ୟବସାୟୀ ବାଞ୍ଛାନିଧି ରଥଙ୍କ ପୁତ୍ର ଅଟନ୍ତି । ମରଶରୀରକୁ ବ୍ରହ୍ମପୁର ଜୟପ୍ରକାଶ ନଗରସ୍ଥିତ ତାଙ୍କ ବାସଭବନକୁ ଅଣାଯାଇ ନିଳକଣ୍ଠ ନଗର ଶ୍ମଶାନରେ ଅନ୍ତିମ ସତ୍କାର କରାଯାଇଥିଲା । ପୁତ୍ର ଚନ୍ଦନ ରଥ ମୁଖାଗ୍ନୀ ଦେଇଥିଲେ । ଶ୍ମଶାନରେ ରଥ ପରିବାର ସମତେ ଶତାଧିକ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ, ପୁତ୍ର, ପୁତ୍ରବଧୁ, ଭାଇ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ଦିଗପହଣ୍ଡି ବ୍ଲକ ମଧୁବନ ଗ୍ରାମର ରଥ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ବରିଷ୍ଠ ଅଧିକାରୀ ହୋଇଥିଲେ ମଧ୍ୟ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଏଥିସହ ବିଭିନ୍ନ ଲେଖା ପ୍ରକାଶନ କରି ସୁନାମ ଅର୍ଜନ କରିପାରିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।