pr

ପୂର୍ବତନ ସରପଂଚ ତଥା ବିଶିଷ୍ଟ କଂଗ୍ରେସ ନେତା ନୃପରାଜ ବାବୁଙ୍କ ପରଲୋକ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ପିପିର୍ଡା ପଂଚାୟତ ଅନ୍ତର୍ଗତ ପିପିର୍ଡା ଗାଁର ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ସରପଂଚ ନୃପରାଜ ବାବୁଙ୍କ ପରଲୋକ ହୋଇଯାଇଛି । ସେ ୫ ବର୍ଷ ଧରି ପିପିର୍ଡା ଗ୍ରାମ ପଂଚାୟତର ସରପଂଚ ଭାବେ କାର୍ଯ୍ୟ କରି ଅଂଚଳରେ ସୁନାମ ଅର୍ଜନ କରିଥିଲେ । ସେ ଦୀର୍ଘଦିନ ଧରି କଂଗ୍ରେସ ଦଳରେ ସାମିଲ ଥିଲେ ଏବଂ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ଏକାନ୍ତ ଆନୁଗତ୍ୟ ଥିଲେ ଏବଂ ଅଂଚଳରେ ତାଙ୍କ ବେଶ ଖ୍ୟାତି ଥିଲା । ସେ ଜଣେ ପରୋପକାରୀ, ମିଷ୍ଠଭାଷୀ ତଥା ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅବର୍ତ୍ତାମାନରେ ଅଂଚଳରେ ବିରାଟ କ୍ଷତି ହେଲା ବୋଲି ପିପିର୍ଡା ଏବଂ ରାନିକଟାର ବାବୁ ପରିବାର ତଥା ପୂର୍ବତନ ସରପଂଚ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ବାବୁ ତଥା ଅତ୍ମୀୟ ସ୍ୱଜନ ଏବଂ ବ୍ଲକ କଂଗ୍ରେସ କମିଟିର ସମସ୍ତ କର୍ମକର୍ତ୍ତା ଶୋକ ବ୍ୟକ୍ତ କରିଛନ୍ତି ।

nrusinghnath
Leave A Reply

Your email address will not be published.