pakka

ସୁପ୍ରଭା ଦେବୀଙ୍କ ପରଲୋକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ରବିବାର ଦିନ ସକାଳ ୮ଟାରେ ପଦ୍ମପୁର ଅବସରପ୍ରାପ୍ତ ଜିଲ୍ଲା ଜଜ୍ ହରିହର ଶତପଥୀଙ୍କ ସହଧର୍ମିଣୀ ଶ୍ରୀମତୀ ସୁପ୍ରଭା ଶତପଥୀ ପଦ୍ମପୁର ସ୍ଥିତ ବାସଭବନରେ ଇହଧାମ ତ୍ୟାଗ କଲେ । ସେ ଜଣେ ଧର୍ମପରାୟଣା, ସହାନୁଭୂତି ସମ୍ପନ୍ନା, ପରୋପକାରୀ ଓ ସ୍ନେହୀ ମହିଳା ଥିଲେ । ସେ ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଡ. ଗଙ୍ଗାଧର ଗୁରୁଙ୍କ ଏକମାତ୍ର କନ୍ୟା ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହେଉଥିଲା । ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ, କନ୍ୟା ଓ ଜ୍ୱାଇଁ ତଥା ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ତାଙ୍କର କନ୍ୟା ଏଡଭୋକେଟ ଦିପ୍ତିମୟୀ ଶତପଥୀ ମୁଖାଗ୍ନି ପ୍ରଦାନ କରିଥିଲେ । ଶବଦାହ ବେଳେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

18 − 18 =