csstore

ଶହୀଦ ମାଧୋ ସିଂହଙ୍କ ଦାୟାଦ ଘେଁସ ରାଜମାତା ମମତା ସିଂହ ବରିହାଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ଶହୀଦ ମାଧୋ ସିଂହଙ୍କ ଦାୟାଦ ଘେଁସ ରାଜମାତା ମମତା ସିଂହ ବରିହାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହେଉଥିଲା । କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ଭାବରେ ଅସୁସ୍ଥ ଥିବାରୁ ସେ ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ରବିବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଅଂଚଳରେ ଶୋକ ଖେଳି ଯାଇଛି । ତାଙ୍କ ମୃତ୍ୟରେ ଶୋକ ପ୍ରକାଶ କରି ଘେଁସ ଅଂଚଳର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା । ବିଧାୟକ ସୁଶାନ୍ତ ସିଂହ, ପୂର୍ବତନ ବିଧାୟକ ମହମ୍ମଦ ରଫିକ, ବିଜେପି ନେତା ସୁଶାନ୍ତ ମିଶ୍ର, ସମାଜିକ କର୍ମୀ ସିନ୍ଧୁ ନନ୍ଦିନୀ ଆଚାର୍ଯ୍ୟ, ଅଧ୍ୟାପକ ସୁଶାନ୍ତ ମିଶ୍ର, ସାହିତ୍ୟିକ ଅଶୋକ ପୁଜାହାରୀ, ମୁରଲି ଭୋଇଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ଗ୍ରାମ୍ୟ କମିଟି, ଗ୍ରାମବାସୀ ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ସାଂସଦ ସୁରେଶ ପୂଝାରୀ, ବିଜେପି ନେତା ଇରାଶିଷ ଆଚାର୍ଯ୍ୟ, ଡାକ୍ତର ଶଙ୍କର ରାମଚନ୍ଦାନିଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନର କର୍ମକର୍ତ୍ତା ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଏକମାତ୍ର ପୁଅ ରଣଜିତ ସିଂହ ବରିହା ମୁଖାଗ୍ନି ଦେଇଥିଲେ । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ରାଜମାତା ମମତା ସିଂହ ବରିହା ଶହୀଦ ମାଧୋ ସିଂହଙ୍କର ୬ ନମ୍ବର ଦାୟାଦ ସ୍ୱର୍ଗତ ତାରକେଶ୍ୱର ସିଂହ ବରିହାଙ୍କ ଧର୍ମପତ୍ନୀ ଅଟନ୍ତି । ସେ ଘେଁସ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଭାବରେ ମଧ୍ୟ କାର୍ଯ୍ୟ ନିର୍ବାହ କରିଥିଲେ ।

jayashree
Leave A Reply

Your email address will not be published.