pakka

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷେତ୍ରବାସୀ ପଣ୍ଡାଙ୍କ ପରଲୋକ

bbehera

ବରଗଡ, (ନିରୋଜ କୁମାର ପାଣୀ) : ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ବରିଷ୍ଠ ନାଗରିକ କ୍ଷେତ୍ରବାସୀ ପଣ୍ଡାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଗତ ମାସରୁ ସେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର ତାଙ୍କ ଗ୍ରାମ ତଲମେଣ୍ଡା ଠାରେ କରାଯାଇଛି । ସେ ଏକ ଧାର୍ମିକ ଓ ସାମାଜିକ, ମେଳାପୀ ବ୍ୟକ୍ତି ଥିଲେ । ସେ ଏକ ବିଶିଷ୍ଟ ସମାଜସେବୀ ମଧ୍ୟ ଥିଲେ । ଖବର ପାଇ ଅନେକ ବ୍ୟକ୍ତି ବିଶେଷ ସ୍ୱର୍ଗତ କ୍ଷେତ୍ରବାସୀ ପଣ୍ଡାଙ୍କର ନିଜଘର ତଲମେଣ୍ଡା ଠାରେ ପହଁଚି ଶେଷ ଦର୍ଶନ କରିଥିଲେ । ତିନିପୁଅଙ୍କ ମଧ୍ୟରୁ ବଡ଼ପୁଅ ମୁଖାଗ୍ନି ଦେଇଥିବା ବେଳେ ତାଙ୍କ ମୃତ୍ୟୁରେ ସମଗ୍ର ଭେଡେନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନାଯୋଗ୍ୟ ଯେ ବରଗଡ଼ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଅମିତ ପଣ୍ଡାଙ୍କ ସେ ଅଜା ଅଟନ୍ତି ।

jay balangir
Leave A Reply

Your email address will not be published.

eight − three =