pakka

ସୁଲିଆଘାଟି ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ରାସ୍ତା କଡର ଗଛରେ ବାଡେଇ ହେଲା ମଟର ସାଇକେଲ : ୨ଗୁରୁତର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ରାସ୍ତାକଡର ଗଛରେ ମଟର ସାଇକେଲ ବାଡେଇ ହେବା ଫଳରେ ୨ଜଣ ଗୁରତର ଆହତ ହୋଇଥିବା ସୂଚନା ରହିଛି । ସୂଚନା ଅନୁସାରେ ଅର୍ଜୁନପୁର ନିକଟସ୍ଥ ସୁଲିଆଘାଟି ପାଖରେ ଏହି ଦୁର୍ଘଟଣା ଘଟିଛି । ଫିରୋଜ ସାହୁ ଓ ରୁଷି ପଧାନ ଅର୍ଜୁନପୁରରୁ ଏକ ଏଚ୍‌ଏଫ୍‌ ଡିଲକ୍ସ ମଟର ସାଇଲେରେ ନିଜ ଗାଁ ଜାମଝରନକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡର ଏକ ଗଛରେ ବାଡେଇ ହୋଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି କରିଥିବା ବେଳେ ଫିରୋଜଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତଖାନାକୁ ରେଫର୍‌ କରାଯାଇଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

twelve − eight =