csstore

୨୦ଟି ପଞ୍ଚାୟତରେ ନୂତନ ଏଡ଼ିଇଓଙ୍କ କାର୍ଯ୍ୟଭାର ଗ୍ରହଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ୨୦ଟି ପଞ୍ଚାୟତରେ ନୂତନ ଏଡ଼ିଇଓ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏଥିରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ଚିଠି ନଂ. ୯୨୯୪, ତାରିଖ ୦୪ – ୧୨ – ୨୦୨୪ ଅନୁସାରେ ସମସ୍ତ ଏଡ଼ିଇଓ ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗଦାନ କରିବା ପାଇଁ ନିର୍ଦେଶ ଦେବା ପରେ ଏଡ଼ିଇଓ ବଦ୍ରିନାଥ ନାୟକଙ୍କୁ ଡେଙ୍ଗ ଓ କୁମ୍ଭାରୀ ପଞ୍ଚାୟତରେ ଯୋଗଦାନ କରିଥିବା ବେଳେ ବିବେକାନନ୍ଦ ବାଗଙ୍କୁ ଶିଶକେଲା ଓ କଅସର ପଞ୍ଚାୟତରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ଏଡ଼ିଇଓ ଚୁଲେଶ୍ଵର ପୁଟେଲ ଝିଙ୍କିଡୁଙ୍ଗୁରି, ଦେବାନନ୍ଦ ଡାଙ୍ଗ ବେଲଗାଁ, ଗୋବିନ୍ଦ କଲାରୀ ଘୁନସର, ଜଗମୋହନ ଗୁରୁ ଗଣ୍ଡପତ୍ରାପାଲି, ଯୋଗେଶ୍ୱର ନନ୍ଦ କୁଇକେଡା, କ୍ଷୀରୋଦ୍ରୋ ସାହୁ ଟିକ୍ରାପଡା, କିଶୋର କୁମ୍ଭାର ଭଦ୍ରା, କୃଷ୍ଣଚନ୍ଦ୍ର ବାବୁ ସଇଁତଲା, ମହେନ୍ଦ୍ର ବିଶ୍ୱାଳ ଆମ୍ବପାଲି, ନବୀନ କୁମାର ମିଶ୍ର ବିବିନା, ପଙ୍କଜ କୁମାର ପୋଢ଼ ଡୁଙ୍ଗୁରିପାଲି, ପ୍ରଭାକର ମହାପାତ୍ର କନ୍ଦକେଲଗାଁ, ସଚିନ ବିଭାର ଜୁରାବନ୍ଦ, ସାଧୁ ସୁନ୍ଦର ସିଂ ସାଗର ବୁଢ଼ାବାହାଲ, ଶିବ ପ୍ରସାଦ ସା ଧରବଗଡ଼ ଓ ସୁରେଶ ସାହୁ କେରମେଲି ପ୍ରମୁଖ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏଥିରେ କରମତଲା ଓ ତାଲବାହାଲ ପଞ୍ଚାୟତରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଣସି ଏଡ଼ିଇଓଙ୍କୁ ଦାୟିତ୍ୱ ଦେଇ ନଥିବା ଜଣାପଡିଛି ।

jayashree
Leave A Reply

Your email address will not be published.