mahavir

ମାଣିକ ଫାଉଣ୍ଡେସନର ପଣା ବଣ୍ଟନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ମାଣିକ ଫାଉଣ୍ଡେସନ୍‌ର ପକ୍ଷରୁ ୭/୧୭ ଛକ ଠାରେ “ପଣା ବଣ୍ଟନ କାର୍ଯ୍ୟକ୍ରମ” ଆୟୋଜିତ ହୋଇଥିଲା । ଏହି ସେବାମୂଳକ କାର୍ଯ୍ୟକ୍ରମରେ ପ୍ରାୟ ୩୦୦୦ ଗ୍ଲାସ୍ ପଣା ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ କାମିନୀ ମହନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତି ଓ ଜୋନାଲ ଡିଏସ୍‌ପି ମନୋରଞ୍ଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ପ୍ରଚଣ୍ଡ ରୌଦ୍ରତାପରେ ଏଭଳି କାର୍ଯ୍ୟକ୍ରମ ଜନସାଧାରଣଙ୍କ ପାଇଁ ଆଶ୍ୱସ୍ତି ପ୍ରଦାନ କରିଛି ବୋଲି ମତ ରଖିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସାମାଜିକ କର୍ମୀ ଦୀପକ ଦାସ, ବସନ୍ତ ପାଠୀ, ରୁପେଶ କୋଠାରୀ, ଏଲ୍‌ଏନ୍ ପଟ୍ଟନାୟକ, ସୁଲତା ପତି, ରାଜେନ୍ଦ୍ର ପ୍ରସାଦ ପଣ୍ଡା, ବାବୁନି ଭାଇ ପ୍ରମୁଖ ଉପସ୍ଥିତ ଥିଲେ । ଫାଉଣ୍ଡେସନ୍‌ର ସମସ୍ତ କର୍ମକର୍ତ୍ତାଙ୍କର ଏକତା ଓ ସାମାଜିକ ପ୍ରତିବଦ୍ଧତା ସହ ଶିବାନନ୍ଦ ଆଶ୍ରମର ସଦସ୍ୟ ଓ ସେବାମନସ୍କ ସ୍ୱେଚ୍ଛାସେବୀ ମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଅନୁଷ୍ଠାନ ତରଫରୁ ଅଜିତା ପ୍ରଧାନ, ଅର୍ଚ୍ଚନା ସାହୁ, ମୀନାକ୍ଷୀ ପାଢ଼ୀ, ସବିତା, ଅଞ୍ଜଳି, ପୁଷ୍ପାଞ୍ଜଳି, ମଇନା, ରୁନି, ମିଲି, ଶାନ୍ତି, ମମତା, କବିତା, ଶୋଭା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.